ଧୂଆଁ ଆଉ ଧୂଆଁ
ଧୂଆଁ ଆଉ ଧୂଆଁ
ମାଟିରୁ ଆକାଶ ଗାଁ ଠୁ ସହର
ଓଠରୁ ଶ୍ୱାସତନ୍ତ୍ର ଆଉ ଆଖିରୁ ହୃତ୍ ପିଣ୍ଡ
ଚାରିଆଡେ ବିସ୍ତୃତ କେବଳ ଧୂଆଁ ଆଉ ଧୂଆଁ
ସବୁଜାଣି ଶୁଣି କେଜାଣି କାହିଁକି
ମଣିଷ ନିଜେ ହି ଁ ନିଜ ପାଇ ଁତିଆରୁଛି
ମୃତ୍ୟୁର ମାୟିକ ପଥ ନୂଆ ନୂଆ ଁ
ସବୁଜ ଶ୍ୟାମଳ ଧରଣୀ ଆଜି
ବୈଧବ୍ଯ ଯନ୍ତ୍ରଣା ସହେ
ନଭଶ୍ଚୁମ୍ଭୀ ଉଦ୍ୟୋଗ ଆଉ
ସଭ୍ୟତାର ସଡକରେ ବିକାଶ ରାକ୍ଷସ
କଳା ମଚ ମଚ ଧୂଆଁକୁ ଓକାରି
ଅଟ୍ଟହାସ୍ୟ ଖାଲି କରେ ।
ଅଷ୍ଟମ ଶ୍ରେଣୀର ମହାଜନ ପୁଅ
ମୁଣ୍ଡଟେକି ଦେଇ ମିଛ ଅହମିକା ସବୁ
ନାସାବାଟ ଦେଇ ଧୂଆଁ କୁଣ୍ଡଲୀ ରେ ଛାଡେ
ଭିତରେ ଭିତରେ ଫୁସ୍ ଫୁସ୍ ଟା ପଛେ
ଜଳିପୋଡି ନଷ୍ଟ ହୁଏ ।
ସଂପର୍କ ସବୁ ଏବେ ସନ୍ଦେହ ଧୂଆଁ ରେ
ନିତି ନିତି କରେ ସ୍ନାନ
ଅଜାଣା ରୋଗ ଏ ଭାରି ମହାମାରୀ
ହୃହୟୁ ହୃଦୟ ହୁଏ ସଂକ୍ରମିତ ।