Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyaranjan Biswal

Abstract Others

4  

Priyaranjan Biswal

Abstract Others

ବୃକ୍ଷ

ବୃକ୍ଷ

1 min
23.3K



ବୃକ୍ଷରେ ବିହଙ୍ଗ କରନ୍ତି ବସା ।

ପଥିକ ପାଇଁ ତା' ଛାଇ ଭରସା ॥


ବୃକ୍ଷ ମୂଳେ ଗୁରୁଙ୍କ ଚାଟ୍ଟଶାଳି ।

ଛୁଆ ପାଠପଢା କାନ୍ଦ ବୋବାଳି ॥


ବରର ଓହଳ ପିଲାଙ୍କ ଦୋଳି ।

ବୃକ୍ଷେ ଲୁଚି ଖେଳନ୍ତି ଲୁଚକାଳି ॥


ବୃକ୍ଷ ମୂଳେ ଚାଲେ ଚା ପିଆ ଖଟି ।

ଡାଳେ ଲାଗି ଗୁଡି ଯାଏରେ କଟି ॥


ବୃକ୍ଷଠୁ ମିଳଇ ଅନେକ ଫଳ ।

ଛାଇଟା ତାହାର ଅଟେ ଶୀତଳ ॥


ଗ୍ରୀଷ୍ମରେ ଛାଇ ତା' ସଭିଙ୍କ ଲୋଡା ।

ଶୀତରେ ବୃକ୍ଷର ଛାଇ ଅଲୋଡା ॥


ପ୍ରାଣୀ ପାଇଁ ବୃକ୍ଷ ଅମୃତ ଧାରା ।

ବୃକ୍ଷ ପାଇଁ ହସେ ସର୍ବଦା ଧରା ॥


ବୃକ୍ଷ ବିନା ଆମ ଏଇ ଜଗତ ।

ଅନ୍ଧକାର ଅଟେ ତା' ଭବିଷ୍ଯତ ॥


ଜଙ୍ଗଲ କ୍ଷୟକୁ କରି ବାରଣ ।

କରିବା ଚାଲରେ ବୃକ୍ଷ ରୋପଣ ॥


ବୃକ୍ଷ ପାଇଁ ଅଛି ଆମ ଜୀବନ ।

ସର୍ବେ ମିଶି ତା'ର ନେବା ଯତନ ॥



Rate this content
Log in

Similar oriya poem from Abstract