STORYMIRROR

Biswanath Nayak

Abstract

4  

Biswanath Nayak

Abstract

ସଂଘର୍ଷ

ସଂଘର୍ଷ

1 min
24.1K


ନୟନୁ ଝରିଲେ ଲୁହ

କଜଳ ପାଏନା ଶୋଭା

ଲୁହ ସାଥେ ମିଶି ସିଏ ସାଜେ ଲୁହଧାର ,

ତଥାପି ମଣିଷ ଏଠି

ଆଖିରେ କଜଳ ମାଖେ

ସୃଷ୍ଟି କରିବାକୁ ନୂଆ ଆଶାର ସମ୍ଭାର। 


ଅନ୍ତରେ ଥିଲେ ବେଦନା

ରିକ୍ତ ଲାଗେ ହସଧାର

ନିଜ ସହ ଯାହା ଖାଲି ପ୍ରତାରଣା ସାର,

ତଥାପି ମଣିଷ ଏଠି

ଓଠରେ ଫୁଟାଏ ହସ

ପିଇବାକୁ ଜୀବନର ପୀୟୂଷ ସାଗର। 


ଜୀବନର ଚଲାପଥ

ପଦେ ପଦେ କଣ୍ଟକିତ

ବଞ୍ଚିବାଟା କଷ୍ଟ ଲାଗେ କୃଶବିଦ୍ଧ ପରି,

ତଥାପି ମଣିଷ ଚାଲେ

ଆଗକୁ ଆଗକୁ ଏଠି

ଆଶାର ଗୋଲାପେ ପଥ କୁସୁମିତ କରି। 


ସାଗରେ ବତାସି ବାଆ

ଭାଙ୍ଗେ ନାଉରୀଆ ନାଆ

ଭଉଁରୀର ଘୂର୍ଣ୍ଣନ ରେ ବୁଡ଼ିଯିବା ଭୟ,

ତଥାପି ନଉକା ବାହେ

ସାଗର ବୁକୁରେ ସିଏ

ଖୋଜେ ବଞ୍ଚିବାର ରାହା ଲକ୍ଷ୍ୟ ତା ବିଜୟ। 


ଆସିଲେ ବରଷା ଝଡ଼

ଉଜାଡେ ପକ୍ଷୀର ନୀଡ଼

ଭାଙ୍ଗି ଦିଏ ତା ସଜଡ଼ା ସୁନେଲି ସପନ,

ତଥାପି ସେ ନୀଡ଼ ରଚେ

ଆଶା ସାହାରାରେ ବଞ୍ଚେ

ସବୁଦିନ ଆସେନାହିଁ ବତାସି ପବନ। 


ଜୀବନ ଏକ ସମର

ସଂଘର୍ଷ ବିନା ଅସାର

ପ୍ରତିକ୍ଷଣ ଶରାଘାତେ ମରଣର ଭୟ,

ତଥାପି ମଣିଷ ଏଠି

ଆଶାର ଗାଣ୍ଡିବ ହସ୍ତେ

ବିଜୟ ପାଇଁକି ଲଢେ ସାଜି ଧନଞ୍ଜୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract