STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ମିନତୀ ମୋ ଘେନ

ମିନତୀ ମୋ ଘେନ

1 min
95


ବିଭୀଷିକା ମୟ ଅବସ୍ଥା କରୋନା ଆଣିଛି ଧରାକୁ ଦେଖ

ଉପାୟ ନମିଳେ ମଣିଷ ହରାଏ ଆଜି ନିଜର ବୈଭବ ।।


ଅଦୃଶ୍ୟ ଅଦ୍ଭୁତ ଭୁତାଣୁ କବଳେ ମଣିଷ ଯାଇଛି ହାରି

ଅକାଳେ ଅବେଳେ ଶହ ଶହ ନର ଦେଖ ଯାଉଛନ୍ତି ମରି ।।


ସବୁ ବ୍ୟବସ୍ଥା କୁ ଓଲଟ ପାଲଟ କରିଦେଇଅଛି ହାୟ

ପ୍ରବଳ ପ୍ରତାପୀ ଦେଶ ମାନେ ଏବେ ମଣୁଛନ୍ତି ଅସହାୟ ।।


ଏବେ ଭାରତରେ ନୃତ୍ୟ କରୁଛି କ୍ରୂର ଏ କରୋନା ଦୈତ୍ୟ

ଋଷି ର ଦେଶ ଏ ଦେବଭୂମି ଏଠି ହୋଇବ ସେ ପରାହତ ।।


ଆମ ଇତିହାସ ଆମ ପରମ୍ପରା ଅତିବ ଗୈାରବ ଶାଳୀ

ଆଧ୍ୟାତ୍ମିକତାର ଶିର୍ଷ ରେ ଆମେ ମହାମାନୀ ମହାବଳୀ ।।


ତଥାପି କରୋନା କରୁଛି ଖେଳ ରେ ସାବଧାନ ରହିବାକୁ

ନେତୃବୃନ୍ଦ ଙ୍କର ଅନୁରୋଧ ବୁଝ ବ୍ୟାକୁଳତା ବ୍ୟଗ୍ରତାକୁ ।।


ଶୁଭେଚ୍ଛୁ ଜ୍ଞାନୀ ଗୁଣୀ ମନଙ୍କୁ ମୋ ମିନତୀ ମୋ କଥା ମାନ 

ନିଜର ସୁରକ୍ଷା କବଚ ନିଜେ ହେ ଟିକେ ରୁହ ସାବଧାନ ।।


ସମାଜ କୁ କଳୁଷିତ କର ନାହିଁ ବଢିବ ଅନେକ ଚିନ୍ତା

ସୁରକ୍ଷା ଭଙ୍ଗ ଦେଶ ଦ୍ରୋହ ସମ କେହିବି ଦେବେନି କ୍ଷମା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract