STORYMIRROR

Dr.Omm Prasad Pradhan

Abstract

4  

Dr.Omm Prasad Pradhan

Abstract

ସ୍ବପ୍ନ "ମୋ ଭାରତ ପାଇଁ"

ସ୍ବପ୍ନ "ମୋ ଭାରତ ପାଇଁ"

1 min
23.3K


ମୋ ଭାରତ ଏବେ ଭାରତ ନୁହେଁ 

ଆଜିର ଆଧୁନିକ ଇଣ୍ଡିଆ

ଭା ସୁରତୀ ଯଃ ଦେଶ 

ଆଜି ବି ସ୍ତିମିତ 

ଲିଭିବା ର ମୋହରେ 

ଭୋଗ ର ଆକାଂକ୍ଷା ରେ 

ଆଉ ବ୍ୟାସନ ର ଅପେକ୍ଷା ରେ 


ତରୁଣ ଆଜି ତରୁଣୀ ସନ୍ଧାନ ରେ 

ତତ୍ପର ନୁହେଁ ସ୍ୱାଧୀନ ଦେଶ ରେ 

ସ୍ୱାବଲମ୍ବନ ର ମୁଖଶାଳା ରେ ,

ସେ ଆଜି ବି ଅପାରଗ ,ପଙ୍ଗୁ 


ଗଣତନ୍ତ୍ର ଆଜି ବି ହାସ୍ୟାସ୍ପଦ 

ଭୋଟର୍ ମୂଲ୍ୟ ଆଜି ବି କେଇଶହ ଟଙ୍କା

ଲୋକଙ୍କ ନେତା ଆଜି ରାଜ ନେତା

ରାଜ୍ କରିବା ଉଦ୍ଦେଶ୍ୟ ରେ 

ଜନତା କୁ ଜନାର୍ଦ୍ଦନ କହୁଥିବା ,

ନିଜକୁ ସେବକ ବୋଲାଉଥିବା ନେତା ,

ଆଜି ନିଦା ବିଷ୍ଣୁ ।


ଯଦି କେବେ ପ୍ରଶ୍ନ ଉଠେ 

ଏସବୁ କାହିଁକି ?

ତେବେ ଭାରତୀୟ ନୁହେଁ 

ଇଣ୍ଡିଆନ୍ ମାନଙ୍କୁ ପ୍ରଶ୍ନ କର ।


ସୁବର୍ଣ୍ଣ ଭାରତ ଏବେ ସତ୍ତା ହୀନ 

ସ୍ଵର୍ଣପ୍ରସୂ ଭୂମି ଆଜି ବନ୍ଧ୍ୟା

ଶସ୍ୟ ଶ୍ୟାମଳା ବଶୁମତୀ ଆଜି କ୍ଷୁବ୍ଧ 

ସମସ୍ତେ ଉତ୍ତରଦାୟୀ କିନ୍ତୁ ....

ପ୍ରଶ୍ନ ଦେବେ ସେଇ ଇଣ୍ଡିଆନ୍ ମାନେ 

କଳା ଇଂରେଜ୍ ମାନେ  

ଆଉ ଧଳା ପୋଷାକ ପିନ୍ଧୁଥିବା 

ସେହି ରାକ୍ଷସ ମାନେ ......


 ଭାରତବର୍ଷ ର ସ୍ବପ୍ନ ଅନେକ 

ଯାହାକିଛି ସେ ହରେଇସାରିଛି 

ଯାହାବି ତା ଠାରୁ ଲୁଟି ନିଆଯାଇଛି 

ତାହା ସେ ପ୍ରାପ୍ତ କରିବ 

ଇଣ୍ଡିଆ ହେଇ ନୁହେଁ ଭାରତ ହେଇ 

ଇଣ୍ଡିଆନ୍ ହୋଇ ନୁହେଁ ଭାରତୀୟ ଭାବେ

ନିଜର ପରିଚୟ ଦେବ

ଭାରତ ,ଭାରତ ହେଇ ବଞ୍ଚିବ

ଇଣ୍ଡିଆ ହେଇ ନୁହେଁ 

ସାହସୀ ଭରତ ର ଦେଶ ହେଇ ବଞ୍ଚିବ 

ଯିଏ ଶୈଶବ ରେ ସିଂହ ସହ ଲଢ଼ୁଥିଲା 

ତା'ର ମାଆ ହେଇ ବଞ୍ଚିବ ...

ତେବେ ଯାଇ ମୋ ସ୍ବପ୍ନ ସାକାର ହେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract