STORYMIRROR

Priyaranjan Biswal

Abstract Others

4  

Priyaranjan Biswal

Abstract Others

ଶୀତ

ଶୀତ

1 min
23.4K


ଆସିଲାଣି କାଳେ ସେଇ ଦୁଷ୍ଟ ଶୀତ।

ଏକଥା ଶୁଣି ମୁଁ ହୁଏ ଭୟଭୀତ।।

ଶୀତରେ ଅତିଷ୍ଠ ହେବ ଏ ସଂସାର।

ରକ୍ଷା ପାଇଁ ପାଖେ ରଖରେ ଚାଦର।।

ଶୀତ ଯେବେ ହେବ ପୁରା ଅସମ୍ଭାଳ।

ଖୋଲିବ ତାପରେ କନ୍ଥା ଓ କମ୍ବଳ।।

ଶୀତରେ ଶରୀର ପଡିଯିବ ସୀତ।

ଅଜଣା ଭୟରେ ଘାଣ୍ଟିହେବ ଚିତ୍ତ।।

ଛଡେଇ ନେବ ସେ ଦେହରୁ ଚମକ।

ଆଣିବ ଜୀବନେ ଅନେକ ଫରକ।।

ଶ୍ରୀ ହିନ ହୋଇବ ସମଗ୍ର ସଂସାର।

ବୃକ୍ଷେ ନରହିବ ଗୋଟେବି ପତର।।

ଶୀତେ ଫାଟି ଓଠୁ ବହିବ ରୁଧିର।

ଶରୀର ନିଜର ଲାଗଇ ଇତର।।

ଶୀତରେ ବେରୂପ ହୁଅଇ ଶରୀର।

ଚିନ୍ତା ବଢିଯାଏ ସୁନ୍ଦରୀ ନାରୀର।।

ଯତ୍ନ ନେବାକୁ ସେ ଚାହେଁ ତା ରୂପର।

ଘଣ୍ଟା ଘଣ୍ଟା ବସି କରଇ ଶୃଙ୍ଗାର।।

ମନ ଖୋଜୁଥାଏ ଉଷ୍ଣ ବାରୀ ଧାରା।

ଶରୀର ଖୋଜଇ ସେ କଅଁଳ ଖରା।।

ଶୀତରେ ସକାଳ ଖରାରେ ପଖାଳ।

ତା'ସହ ଖାଇଣ ତେନ୍ତୁଲି ଆମ୍ବିଳ।।

ହଳ ଧରି ଚଷା ଚଷେ ଏଇ ଧରା।

ମନ୍ଦା କରି ପୁଣି ରୋପଇ ସେ ଚାରା।।

କୋଇଲା ଖଣିରେ ମିଳେ ଜେହ୍ନେ ହୀରା।

ଚଷାକୁ ପରିବା ଦିଏ ଏହି ଧରା।।

ରବିଙ୍କର ହେଲେ ଉତ୍ତରକୁ ଗତି।

ବଢିବ ଧରାରେ ସୂର୍ଯ୍ଯଙ୍କର ତାତି।।

କମିଯିବ ପୁରା ଶୀତ କରାମତି।

ସଂସାରରେ ଶୀତ ହୋଇଯିବ ସ୍ମୃତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract