STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣ

ଜଗନ୍ନାଥ ଓଡ଼ିଆ ଜାତିର ପ୍ରାଣ

1 min
120

କିଛି କହନ୍ତି ଭଗବାନ ଏକ ଓ କେତେ 

ମଣିଷ କହନ୍ତି ଅନେକ  

ମୂର୍ତ୍ତି ପୂଜା ବି ଠିକ୍ ଶୂନ୍ୟରେ ଈଶ୍ୱରଙ୍କୁ 

ଅନୁଭବ କରିବା ବି ଠିକ୍ ।୧।


ମଠ ମନ୍ଦିର ମସଜିଦ ଓ ଗିର୍ଜା ପରା 

ମଣିଷ ତିଆରି କରିଛି

ଆବଶ୍ୟକତା ନାହିଁ ଈଶ୍ୱରଙ୍କୁ ପ୍ରତୀକାତ୍ମକ 

ଆସ୍ଥାନର ଏ ଭାବନା ରହିଛି ।୨।


ଏ ବିଷୟ ଭଗବାନ୍ ଏତେ ବ୍ୟାପକ ଯେ

ଈଶ୍ୱରଙ୍କୁ ଜାଣିବା ସମ୍ଭବ ନୁହେଁ

ତାଙ୍କ ବିଷୟରେ ତର୍ଜମା କରିବା ଏତେ

ସହଜ ନୁହେଁ ।୩।


ଈଶ୍ୱରଙ୍କୁ ଜାଣିବା ପାଇଁ ସ୍ୱଭାବିକତାରେ

ଦ୍ଵନ୍ଦ୍ୱ ସୃଷ୍ଟି ହେବ ହିଁ ହେବ 

ଏହା ହିଁ ଈଶ୍ୱରଙ୍କ ବିଶାଳତା ଓ ମହାନତା

ଜାଣିବାକୁ କଷ୍ଟ ହେବ ହିଁ ହେବ ।୪।


ଯେପରି ପିଲାଟି ଜନ୍ମ ହେଲା ପରେ ପ୍ରଚଳିତ 

ଭାଷା ଢଙ୍ଗ ଓ ଲିପି ଶିଖି ନଥାଏ  

ଆମେ ବୁଝିପାରୁ ତାକୁ ଭୋକ ଲାଗୁଛି ବୋଲି 

ତା ପ୍ରାକୃତିକ ଭାଷାରେ ।୫।


ବାସ୍ତବିକତା ଦୃଷ୍ଟିରୁ ଗତାନୁଗତିକ ଭାଷା ଓ 

ଲିପି ଯେପରି ସର୍ବଦା ରହିଥିବ

ସେପରି ମୂର୍ତ୍ତି ପୂଜା ବି ଠିକ୍ ଶୂନ୍ୟରେ ଈଶ୍ୱରଙ୍କୁ 

ଅନୁଭବ କରିବା ବି ଠିକ୍ ରହିଥିବ ।୬।


ଏ ଦ୍ଵନ୍ଦ୍ୱରେ ନପଶି ଏ ସତ୍ୟ ଓଡ଼ିଶାରେ ମୂଳ 

ବାସ ସ୍ଥାନ ଜଗତର ନାଥ ଜଗନ୍ନାଥଙ୍କର

ଜଗନ୍ନାଥଙ୍କ ତ ଭାଇ ବନ୍ଧୁ ଆଉ ପିତାମାତା 

ପରି ପ୍ରାଣ ଆମ ଓଡ଼ିଆ ଜାତିର ।୭।


ତେଣୁ ଧାର୍ମିକ ବିଧି ବ୍ୟବସ୍ଥା ଆଦି ସ୍ଥାନ କାଳ  

ପାତ୍ର ହୁଏ ପରିସ୍ଥିତି ଅନୁସାରେ 

ତାହା ବଦଳାଇ ହୁଏ ଅନେକ ବାସ୍ତବବାଦୀ ଜ୍ଞାନ 

ଗୁଣ ବୁଦ୍ଧି ସମ୍ପନ୍ନ ସନ୍ଥଙ୍କ ମତରେ।୮।


ସହସ୍ର ସହସ୍ର ବର୍ଷ ଧରି କିଛି ଧର୍ମ ବିଧି ବ୍ୟବସ୍ଥାକୁ 

ବଦଳାଇବା ସ୍ୱାଭାବିକ ହେବ

ସେଥିପାଇଁ ବିଚାର ବିମର୍ଶ କରି ବିଭିନ୍ନ ଔପଚାରିକ 

ପଦକ୍ଷେପ ନିଆଯାଇ ପାରିବ ।୯।


ଧାର୍ମିକ ବିଧିବ୍ୟବସ୍ଥା କୌଣସି ବି ପରିସ୍ଥିତିରେ ମନ

ଇଛା ବଦଳା ଯାଇ ପାରିବ ନାହିଁ 

ଏହା କ଼ହିବାର ତାତ୍ପର୍ଯ୍ୟ ଜଗନ୍ନାଥ ଓଡ଼ିଆ ଜାତିର 

ପ୍ରାଣ ଭାବନାକୁ ଛାଡିହେବ ନାହିଁ ।୧୦।



Rate this content
Log in

Similar oriya poem from Inspirational