STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ତୁମେ ପରା କଳା ସାଆନ୍ତ

ତୁମେ ପରା କଳା ସାଆନ୍ତ

1 min
114


  ତୁମେ ଜଗତ ନାଥ

  ପ୍ରଭୁ ତୁମେ ଅନାଥ ନାଥ

  କଳାମଣି କଳା ସାଆନ୍ତ

  ତୁମେ ପରା କଳା ସାଆନ୍ତ ।

   

  ତୁମ ପାଇଁ ପ୍ରଭୁ ଏ ଜଗତ

  କଳା ଗୋସାଇଁ ହେ

  ଯେ ନ ବୁଝିଛି ତୁମ ମହତ୍ତ୍ଵ

  ତା ଜନ୍ମ ଜୀବନ ଧିକ ତ

  ଷୋଳ କଳାରେ ତୁମେ ପୂରିତ

  କଳାର ଠାକୁର ଲୀଳାର ଠାକୁର

   ତୁମେ ପରା କଳା ସାଆନ୍ତ ।


  କଳା ରଙ୍ଗେ ଦେହ ତବ ରଙ୍ଗାୟିତ

  ସବୁ କଳା କୌଶଳେ

  ଚଳାଅ ପ୍ରଭୁ ହେ ଆମ ସଂସାର ରଥ

  ତୁମେ ନିର୍ମାଣ କରିଛ ଏ ସାରା ଜଗତ

  ସେ ପାଇଁ ଜଗତ କରତା ବୋଲାଇଛ ତ

   ତୁମେ ପରା କଳା ସାଆନ୍ତ ।


  ପତିତମାନଙ୍କୁ ଉଦ୍ଧାରିବା ପାଇଁ

  ଅହରହ ଉଡାଅ ପ୍ରଭୁ ହେ

  ତୁମ ପତିତ ପାବନ ନେତ

  ଚକ୍ର ମଧ୍ୟରେ ତୁମ ନୀଳଚକ୍ର ଶ୍ରେଷ୍ଠ

  ତୁମେ ପ୍ରଭୁ ଅନାଦି ପ୍ରଭୁ ତୁମେ ଅନନ୍ତ

  କେ ବୁଝି ପାରିବ ତୁମ ମାୟା ହେ ପ୍ରଭୁ

  ସେ ପାଇଁ ପ୍ରଭୁ ହେ

  ତୁମ ନାମ ବହି ଅଛ ମାୟାଧର ତ

  କଳା ପରିପୂର୍ଣ୍ଣ ତୁମ ଦେହେ ତ

   ସେ ପାଇଁ ପ୍ରଭୁ ହେ

   ତୁମେ ପରା କଳାସାଆନ୍ତ ।


  ସଭିଙ୍କୁ ବିଲୀନ କରିବାକୁ ପ୍ରଭୁ 

  ତୁମ ଦେହେ ତ

  ସ୍ଵଶରୀରର ରଙ୍ଗକୁ

  ପ୍ରଭୁ କଳା ରଙ୍ଗେ କଲ ରଙ୍ଗାୟିତ

  ତୁମେ ପରମାତ୍ମା ତୁମେ ପରମବ୍ରହ୍ମ ତ

  ସବୁ ବ୍ରହ୍ମଙ୍କର ମହାବ୍ରହ୍ମ ତୁମେ

   ସବୁର ଆରମ୍ଭ ସବୁର ଶେଷ

   ତୁମଠୁ ପ୍ରଭୁ

   ତୁମେ ରଚୟିତା ତୁମେ ବିଲୀନ କର୍ତ୍ତା

  ସକଳ ସୃଷ୍ଟିର ବିଲୟ କର

   ତୁମ ଦ୍ଵାରା ସବୁ ହୁଏ ନିର୍ମିତ

  ତୁମେ ପରା ପ୍ରଭୁ

    ନାନା କଳା କୌଶଳେ

   ରଚି ଅଛ ପ୍ରଭୁ ଏ ସାରା ଜଗତ

   ସେ ପାଇଁ ତୁମେ ପରା କଳା ସାଆନ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational