ସେତ ଭକତ ଭାବରେ ବନ୍ଧା
ସେତ ଭକତ ଭାବରେ ବନ୍ଧା
ଜାଣିନାହିଁ ପୂଜା ଶିଖିନି ମନ୍ତର
ନୁହେଁ ମୁଁ ଦଇତା ପଣ୍ଡା
ଜାଣିଛି ଏତିକି କାଳିଆ ସୁନା ମୋ
ଭକତ ଭାବରେ ବନ୍ଧା
ସେତ ଭକତର ଗଣ୍ଠିଧନ
ପତିତପାବନ ରଥରେ ବାମନ
ତା ଶ୍ରୀକ୍ଷେତ୍ର ମୁକ୍ତି ଧାମ ।
ଭକ୍ତ ମନ ବୁଝି ବନ୍ଧୁ ମହାନ୍ତିଙ୍କୁ
ଯାଚି ଦିଏ ଭୋଗଥାଳୀ
ଦାସିଆ ବାଉରୀ ଶରଧା ନଡିଆ
ନିଏ ଶୂନ୍ୟେ ହାତ ତୋଳି
ମାଣିକଠୁ ପିଏ ଦହି
ଖାଏ ଖିଲିପାନ କଉଡି ନଦେଇ
ନଟକୁଟିଆଟି ସେହି ।
ଅଭିଯାନେ ଯୁଦ୍ଧେ ଯାଏ ଆଗେ ଆଗେ
ଚଢି ଧଳା କଳା ଘୋଡା
ଚଢି ନନ୍ଦିଘୋଷେ ନବଦିନାତ୍ମକ
କରେ ଘୋଷ ରଥଯାତ୍ରା
ଦିବ୍ୟ ମାନବୀୟ ଲୀଳା
ମଉସୁମୀ ରାସ ଆଡ଼ପ ଦର୍ଶନ
ଦୁର୍ଲଭ ଆନନ୍ଦେ ଭରା ।
ଜଗତରନାଥ କାଳିଆ ସାଆନ୍ତ
ଭଗବାନ ଦାରୁବ୍ରହ୍ମ
ନୀଳାଚଳ କ୍ଷେତ୍ର ଗୋଲକ ବୈକୁଣ୍ଠ
ଶ୍ରୀପୁରୁଷୋତ୍ତମ ଧାମ
ସିଏ ଗତିମୁକ୍ତି କୈବଲ୍ୟ ପସରା
ସନାତନ ଆଦିକନ୍ଦ ।
-----
