STORYMIRROR

Bhagabat -chandu

Inspirational

3  

Bhagabat -chandu

Inspirational

ଦୁନିଆ

ଦୁନିଆ

1 min
169


ଭାରି ଅଜବ ଦୁନିଆ

ଏନ୍ତୁଡ଼ିରୁ ଯୁଇ ନିଆଁ

     ଜୀବନ ମରଣ ଅବଧି ଭିତରେ

     ସବୁଆଡେ ନିଛାଟିଆ 

     ହବୁନି ଜମା ଛାନିଆ।୧।


ଅଚିହ୍ନା ଦୁନିଆ ହାଟ

କିଣାବିକା ଭାରି କଷ୍ଟ

 ‌ ‌   ହାଟ ସଉଦା ତୋ ସରିଯିବ ଦିନେ 

    ସରିଯିବ ସବୁ ନାଟ

    ଆଗକୁ ନଥିବ ବାଟ ।୨।


ଅଜଣା ଦୁନିଆ ବାଟ

ଯନ୍ତ୍ରଣାରେ ଛଟପଟ

    ବାଟରେ ଚାଲିବୁ ଏକୁଟିଆ ହୋଇ

  ‌   ସବୁସ୍ଵାର୍ଥ କବଳିତ 

     ସଂପଦେ ହୁଅନ୍ତି ମିତ ।୩।



ଅଦ୍ଭୁତ ଏ ରଙ୍ଗମଞ୍ଚ

ଷଡରିପୁଙ୍କ ସହିତ 

     ମିଛ ଅଭିନୟେ ହୋଇଅଛୁ ରତ

    ‌ ବିଷୟ ଭୋଗେ ଜଡ଼ିତ

     ମୋହ ମାୟାରେ ଆସକ୍ତ।୪।



ଅବ୍ୟକ୍ତ ବ୍ରହ୍ମ ପୁରୁଷ

ସ୍ବୟମ୍ଭୁ ସତ୍ୟ ସ୍ବରୂପ

      କରି ବୈରାଗ କୁ ଅସ୍ତ୍ର ବାୟାମନ

      ଲଙ୍ଘିଜା ଜୀବନ ପଥ 

      ନିର୍ବାଣକୁ କରି ପ୍ରାପ୍ତ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational