ମୋ ଜୀବନ ବଣମଲ୍ଲୀ..
ମୋ ଜୀବନ ବଣମଲ୍ଲୀ..
କେବେ କେବେ ଲାଗେ ପ୍ରତିଭା
ମୋହରି ସତେ ଅବା ବଣମଲ୍ଲୀ
କେବେ ମୁଁ ଫୁଟିଲି କେବେ
ଝଡିଯିବି ଦୁନିଆ ବୁକୁ ରେ ପୁଣି
ନା ବିତରି ହେଲା ମହକ
କିବା ନାହିଁ ମୋଠାରେ ସେଭଳି କିଛି କୁହୁକ ?
ମହକ ମୋହର ଜାଣିବା ପୂର୍ବରୁ
ଏଠି ଖୋଜନ୍ତି ମୋ ଦୁର୍ବଳତା
କୁହନ୍ତି ତୋହର ଏଠି କମିଅଛି
ଆଉଟିକେ ହେଲେ ହେଇଥାନ୍ତା
ଆଉଟିକେ ହେଲେ ହେଇଥାନ୍ତା ।
ସର୍ବ ସଂପୂର୍ଣ୍ଣ ହୋଇ କୋୖଣସି ବ୍ୟକ୍ତି କି
ସୃଷ୍ଟି ହୋଇଅଛି କୁହ ?
ଧନ, ଜନ, ଯଶ, କାମନା, ଗୈାରବେ
କମି ରହିଥିବା ଥୟ..
ତଥାପି ତାହାକୁ ଭ୍ରୂକ୍ଷେପ ନକରି
ଜୀବନ ବାଟରେ ଚାଲି
ତାଳି ଗାଳି ସବୁ ଆଦରି ନେଇଛି
ମୋ ଜୀବନ ବଣମଲ୍ଲୀ
ପ୍ରତିଭା ମୋ ବଣମଲ୍ଲୀ ।
ଜଗତରେ ମୁହିଁ ଅଖୋଜା ଅଲୋଡା
ଭରି ଥାଇ ମଧ୍ୟ ବାସ
କିବା ମୋର ବାସ ଅଟେ ଅସମର୍ଥ
ଫୁଟାଇବା ପାଇଁ ହସ ।
ତଥାପି କାହିଁକି ଫୁଟି ଝଡିଯାଏ
ନ ପାରଇ ନିଜେ ଜାଣି
ବଣମଲ୍ଲୀ ଭଳି ଅଖୋଜା ଅଲୋଡା
ମୋ ଜୀବନ କାହାଣୀ ।
