STORYMIRROR

Bhagabat -chandu

Inspirational

3  

Bhagabat -chandu

Inspirational

ପ୍ରଭୁ ସାହା ହୁଅ ତୁମେ

ପ୍ରଭୁ ସାହା ହୁଅ ତୁମେ

1 min
172

ନିତ୍ୟ ସ୍ନାନ କରି ଧୋଇଦେବି ସିନା 

     ଦେହରୁ ମୋ ମଳିନତା 

କିପରି ଧୋଇବି ହଳାହଳ ରୂପୀ 

     ହୃଦରୁ ମୋ କଳୁଷତା..? 


ଡିବିରି ଜଳାଇ କରିପାରେ ପ୍ରଭୁ 

     ଆଲୋକ କ୍ଷୁଦ୍ର କୁଟୀର 

କରିବି କିପରି ହୃଦ କୁଟୀରରୁ 

     ଘନ ଅନ୍ଧକାର ଦୂର….? 


ପକାଇ ଅତର ମହକିପାରେ ମୁଁ 

    ରାତ୍ରକ ସମୟ ପାଇଁ 

ମହକିବି କିବା ଦୁର୍ଲଭ ଜୀବନେ 

    ଜଗତର ହିତ ପାଇଁ….? 


ଦୁର୍ବଳକୁ କରେ ଅତ୍ୟାଚାର ହୋଇ 

    ବାହୁବଳେ ବଳୀୟାର 

ନାଶିକି ପାରିବି ଏ ଧରା ଧାମରୁ 

    ପାପ ଆଉ ଦୁରାଚାର..? 


ବିଷୟ ଭୋଗରେ ଆସକ୍ତ ମୋ ମନ 

    ସହଜେ ଏ ଯୁବାବସ୍ଥା 

କାମିନୀ କାଞ୍ଚନ ଆଶାରେ ବ୍ୟାକୁଳ 

    ଅସହ୍ୟ ଏ ଅବ୍ୟବସ୍ଥା । 


ପଦ୍ମିନୀର ରସ ଜାଣଇ ଭ୍ରମର 

    ମକ୍ଷିକା କି ଜାଣିପାରେ..? 

ପାଷାଣ ପରାୟେ ନିରବ ନିଶ୍ଚଳ 

    ତୁମ ବିନା ମୁଁ ମହୀରେ । 


ସବୁ ତତ୍ତ୍ଵେ ପ୍ରଭୁ ତୁମେ ବିଦ୍ୟମାନ 

    ମୁଁ ଯେ ଅଟେ ଦୀନହୀନ 

କିମ୍ପା ଅଭିମାନ କରିବି ମୁଁ ପ୍ରଭୁ 

    ସବୁ ସିନା ତୁମ କର୍ମ । 


ଯେପରି ହୋଇଣ ବିନୀତ ସରଳ 

    କରମ କରିବୁ ଆମେ 

ଦେଖାଅ ହେ ପଥ ଦିଅ ହେ ସାହସ 

    ସାହା ହୁଅ ପ୍ରଭୁ ତୁମେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational