STORYMIRROR

Bhagabat -chandu

Children

3  

Bhagabat -chandu

Children

ପ୍ରଭାତ

ପ୍ରଭାତ

1 min
218

   କି ସୁନ୍ଦର ଦିଶେ ପ୍ରଭାତ

      ବାରେ ଦେଖ ଗୋ ମିତ

  କାନନର ବୁକୁ ଚିରିଣ

      ସୂର୍ଯ୍ୟ ହୋନ୍ତି ପ୍ରକାଶିତ।


  ଶୁଭୁଥାଏ ଚତୁଃପାର୍ଶ୍ଵରେ

      ବିହଙ୍ଗମ କାକଳି 

  କବି କଳ୍ପନାର ବାହାରେ

      ଏତ ଦୃଶ୍ୟ ଏଭଳି ।


   କ୍ଷୁଦ୍ର କ୍ଷୁଦ୍ର ତୃଣ ଉପରେ

      ଦେଖ ବିନ୍ଦୁ ଶିଶିର

   ଶୋଭା ପାଉଥାଏ ଯେସନେ

      ସତେ ମୁକ୍ତା ନିହାର ।  


   ଧିରେ ଧିରେ ପ୍ରସ୍ଫୁଟିତ

      ହୋନ୍ତି କୋମଳ କଳି

   ମଳୟ ପରଶେ ଉଠଇ

       ଶିହରଣ ଖେଳି ।


   ଭରିଯାଏ ହୃଦେ ଆନନ୍ଦ

       ପ୍ରତି ଜନ ମାନସେ

   କର୍ମକ୍ଷେତ୍ରେ ତତ୍ପର

       ହୋନ୍ତି ଆନନ୍ଦ ଚିତ୍ତ ।


   ସ୍ରଷ୍ଟାଙ୍କ ସର୍ଜନା ପ୍ରଦୋଷ

       ଦୃଶ୍ୟ ସବୁଠୁ ବଳି

   କବି ଲେଖନୀ ତା ଆଡକୁ

       ନିତି ଯାଏ ତ ଡରି ।


   ସୁନ୍ଦର ପ୍ରଦୋଷ ସମୟ

       କେଡେ ଦିଶଇ ତୋରା

   ଶୋଭା ପାଉଥାଏ ଗଗନେ

        ଦେଖ ପ୍ରଭାତୀ ତାରା।


   ଲାବଣ୍ୟମୟୀ ଉଷାରାଣୀ

        ପାଦ ଥାପିଲେ ଯେବେ

   ପୃଥିବୀ ଦିଶଇ ସୁନ୍ଦର

        ଏତ ପ୍ରଭାତ ଭାବେ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children