ପ୍ରଭାତ
ପ୍ରଭାତ
କି ସୁନ୍ଦର ଦିଶେ ପ୍ରଭାତ
ବାରେ ଦେଖ ଗୋ ମିତ
କାନନର ବୁକୁ ଚିରିଣ
ସୂର୍ଯ୍ୟ ହୋନ୍ତି ପ୍ରକାଶିତ।
ଶୁଭୁଥାଏ ଚତୁଃପାର୍ଶ୍ଵରେ
ବିହଙ୍ଗମ କାକଳି
କବି କଳ୍ପନାର ବାହାରେ
ଏତ ଦୃଶ୍ୟ ଏଭଳି ।
କ୍ଷୁଦ୍ର କ୍ଷୁଦ୍ର ତୃଣ ଉପରେ
ଦେଖ ବିନ୍ଦୁ ଶିଶିର
ଶୋଭା ପାଉଥାଏ ଯେସନେ
ସତେ ମୁକ୍ତା ନିହାର ।
ଧିରେ ଧିରେ ପ୍ରସ୍ଫୁଟିତ
ହୋନ୍ତି କୋମଳ କଳି
ମଳୟ ପରଶେ ଉଠଇ
ଶିହରଣ ଖେଳି ।
ଭରିଯାଏ ହୃଦେ ଆନନ୍ଦ
ପ୍ରତି ଜନ ମାନସେ
କର୍ମକ୍ଷେତ୍ରେ ତତ୍ପର
ହୋନ୍ତି ଆନନ୍ଦ ଚିତ୍ତ ।
ସ୍ରଷ୍ଟାଙ୍କ ସର୍ଜନା ପ୍ରଦୋଷ
ଦୃଶ୍ୟ ସବୁଠୁ ବଳି
କବି ଲେଖନୀ ତା ଆଡକୁ
ନିତି ଯାଏ ତ ଡରି ।
ସୁନ୍ଦର ପ୍ରଦୋଷ ସମୟ
କେଡେ ଦିଶଇ ତୋରା
ଶୋଭା ପାଉଥାଏ ଗଗନେ
ଦେଖ ପ୍ରଭାତୀ ତାରା।
ଲାବଣ୍ୟମୟୀ ଉଷାରାଣୀ
ପାଦ ଥାପିଲେ ଯେବେ
ପୃଥିବୀ ଦିଶଇ ସୁନ୍ଦର
ଦୃଶ୍ୟ ପ୍ରଭାତ ଭବେ।