STORYMIRROR

Santosh Kumar Nayak

Children

4  

Santosh Kumar Nayak

Children

ଗେଟ୍ ନାଳ - ଆମ ଜୀବନ ଆମ ଜୀବିକା

ଗେଟ୍ ନାଳ - ଆମ ଜୀବନ ଆମ ଜୀବିକା

1 min
191


ଦେଖିଛି ସେ ଜନ୍ମର ଆନନ୍ଦ

ଆଉ ଶୁଣିଛି ସେ ମୃତ୍ୟୁ କାନ୍ଦ ରୋଳ,

ବହୁଛି ସେ ଝର ଝର ହୋଇ

ଗାଆଁ ଶେଷେ ପ୍ରିୟ ଗେଟ୍ ନାଳ ।।


ଧୋଇଛି ସେ କେତେ ପାପ ତାପ

ପବିତ୍ର ତା' ଗଙ୍ଗା ସମ ଜଳ,

ଦଶା କ୍ରିୟା ବିଭା ଆଦି କର୍ମେ

ଲୋକାରଣ୍ୟ ହୁଅଇ ତା' କୂଳ ।।


ଶହେ ଆଠ କୁମ୍ଭ ହୁଏ ପୂର୍ଣ୍ଣ

ଆସେ ଯେବେ ମହୋତ୍ସବ ବେଳ,

ମୀନ ଆଦି କେତେ ଜଳଚର

ନିତି ଅଙ୍କେ କରିଥାନ୍ତି ଖେଳ ।।


ଯୋଡ଼ି ଦିଏ ପ୍ରାଣ ସହ ପ୍ରାଣ

ଉପରେ ତା କ୍ଷୁଦ୍ର ଏକ ପୋଲ,

ନିକଟରେ ଗାଆଁର ଶ୍ମଶାନ

ଶୁଭୁଥାଏ ନିତି ହରିବୋଲ ।।


ରଜକର ଲୁଗାଧୁଆ ଫେଣ

କୈବର୍ତ୍ତର ମାଛଧରା ଜାଲ,

ଜୀବନ ସେ ଜୀବିକା ବି ଆମ

ଶୁଖେ ନାହିଁ ବହେ କାଳ କାଳ ।।


ଜନଶ୍ରୁତି ରହିଅଛି ଏଠି

ପ୍ରେତାତ୍ମାର ହୁଏ ଚଳାଚଳ,

ରାତିବେଳେ ଶ୍ମଶାନ ଶୂନ୍ୟତା

ଦିବସରେ ପୁଣି କୋଳାହଳ ।।


ହସିଦିଏ ଡଙ୍ଗରିଆ ହସ

କଳକଳ ପୁଣି ଛଳଛଳ,

ନିୟମ ରଜାର ଜୟ ଗାଇ

ବହିଯାଏ ଆମ ଗେଟ୍ ନାଳ ।।


ବି:ଦ୍ର - ଆମ ପ୍ରିୟ ଗେଟ୍ ନାଳ ବିଷମକଟକ ଗ୍ରାମର ଶେଷ ମୁଣ୍ଡରେ ବହିଯାଉଥିବା ଏକ କ୍ଷୁଦ୍ର ନାଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children