STORYMIRROR

RUNALAILA MOHANTA

Children Stories

4  

RUNALAILA MOHANTA

Children Stories

"ମୋ କଳିଙ୍ଗ ମାଟି"

"ମୋ କଳିଙ୍ଗ ମାଟି"

1 min
173


      ରାଇଜ ନୁହେଁ ଏ ମୋର ସ୍ଵର୍ଗପୁର

      ପାଇଅଛି ମୁଁ ଯେ ଏଠି ସବୁ ସୁଖ


    ଜନମ ହୋଇ ବଢ଼ିଛି ଏଇ ମା'ର କୋଳେ

    ମିଶିବ ଏଇ ଦେହ ଦିନେ ମା' ଛାତିରେ


  କେତେ ଯେ ବୀରପୁରୁଷକୁ ଦେଇଅଛି ଜନମ ସିଏ

  ଧରମା ର ବୀର ପଣିଆ ଦିଶେ କୋଣାର୍କର ଚୂଳେ

     ବାରଶହ ବଢ଼େଇ ଯା ' ପାରିଲେନି କରି 

      ତା ' କରି ଦେଖାଇଲା ଟିକି ପିଲାଟି


      ଅଲିଭା ସରିତା ସିଏ ବାଜି ରାଉତ

     ବ୍ରାହ୍ମଣୀରେ ମିଶିଅଛି ଯା 'ର ରକତ

   ନିଷ୍ପାପ କମଳ ବାଳକ ସେ ବାର ବରଷର

       ଦେଇଦେଲା ହସି ପ୍ରାଣ ତାର

  ହେଲେ ପାରି କରାଇଲା ନାହିଁ ଇଂରେଜ ଦଳ

     ବଞ୍ଚାଇ ଦେଲା କେତେ ଜନ ଜୀବନ


   ଆଦିବାସୀ ଜନ ନାୟକ ସେ ବିର୍ସା ମୁଣ୍ଡା

 ଜଙ୍ଗଲ ମାଆ ଆଉ ବନ୍ୟଜନ୍ତୁ ଥିଲେ ତାଙ୍କ ସଖା

ନ ନୁଆଇଁ ମଥା ଆତ୍ମ ସମ୍ମାନେ ହୋଇଥିଲେ ଛିଡା

  ପାରିଲେ ନାହିଁ ଯେବେ ତାଙ୍କ ସାଥେ ଲଢ଼ି

  ଖାଇବାରେ ବିଷ ଦେଇ ବ୍ରିଟିଶ ଦେଲେ ମାରି


  ବୀରତ୍ଵ ଓ ସଂଘର୍ଷ ର ଯିଏ ଦିଏ ପରିଚୟ

        ସେ ବୀର ସୁରେନ୍ଦ୍ର ସାଏ

ବିପଦେ ଆପଦେ ଯେ କେବେ ପଡ଼ି ନଥିଲେ ଭାଙ୍ଗି

   ଉତ୍ତମ ଶାସକ ସିଏ ଏ କଳିଙ୍ଗ ର ହାତୀ

ପାରିଲେ ନାହିଁ କେହି ତାଙ୍କ ବିଦ୍ରୋହ ଦମନ କରି

 କହିଲେ ଛାଡ ଏ ମାଟିକୁ ନହେଲେ ଦେବି ମାରି


  ବିଦେଶୀ ଶାସକଙ୍କ ଠାରୁ ମାଟିର ରକ୍ଷା ପାଇଁ

ପାଇକ ବିଦ୍ରୋହରେ ଲଢ଼ିଥିଲେ ସେଇଦେଶପ୍ରେମୀ

  ଖୋର୍ଦ୍ଧା ରାଜାଙ୍କର ସେ ଥିଲେ ସେନାପତି

    ବକ୍ସି ଜଗବନ୍ଧୁ ମାତୃଭୂମି ପ୍ରେମୀ


 ପରମଭକ୍ତ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର

   ଜୟୀ ରାଜଗୁରୁ ଏ ମାଟିର ସୁସନ୍ତାନ

  ବିଦେଶୀ ମାନଙ୍କ ଠାରୁ ଏଇ ମାଟିର ରକ୍ଷା

  କିପରି ହୋଇବ ତାହା ଦେଉଥିଲେ ଶିକ୍ଷା

 ସହି ପାରିଲେ ନାହିଁ ତାହା ବିଦେଶୀ ସରକାର

  ଜିଅନ୍ତା ଦେଲେ ଚିରି ବୁଢ଼ା ବରଗଛେ ବାନ୍ଧି


   ଏ ମାଟିରେ ଯିଏ ହୋଇଥିଲେ ଜନମ

ଦେଶପ୍ରେମୀ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

  ସ୍ବାଧିନତା ସଂଗ୍ରାମୀ ସେ ବଡ ଦେଶଭକ୍ତ

  ଦେଶ ପାଇଁ ଲଢ଼ିଥିଲେ ସେ ବୀରପୁରୁଷ


  କହିଲେ ସରିବ ନାହିଁ ଏ ମାଟିର ଗାଥା

  ବୀର ପୁତ୍ର ଧାରିଣୀ ମୋ ଉତ୍କଳ ମାତା ।


  


Rate this content
Log in