STORYMIRROR

Dharitri Das

Inspirational Children

4  

Dharitri Das

Inspirational Children

ଜନ୍ମଦିନ

ଜନ୍ମଦିନ

1 min
201

କୁନା ଡାକିଲା ଆସ ଆସରେ ଜଲି ଲିଲି

ଧୁନା କହିଛି ଯିବା ତାଙ୍କ ଘରକୁ କାଲି।

ଏକଥା ଶୁଣି କହିଲା ଲିଲି କାହିଁକିରେ

ତାଙ୍କର କାଲି କ'ଣ ପରବ ଅଛିକିରେ।

କହିଲା କୁନା ନାହିଁରେ ସାଙ୍ଗ ଜାଣିନକି

ଧୁନାର ଜନ୍ମଦିନ କେକ କାଟିବ ନାହିଁକି।

ତାପରେ ଜଲି କହିଲା ବଜାର ଚାଲଯିବା

ଉପହାର ଗୋଟିଏ କିଛି ତ କିଣି ଆଣିବା।

ଲିଲି କହିଲା ଗୋଟିଏ ନୁହେଁ ଆଣ ତିନୋଟି

ବିଚିତ୍ର ହୋଇବ ଯେପରି ଆମ ଉପହାରଟି।

ବିସ୍ମିତ ହୋଇ କହିଲା କୁନା ତେବେ କହ ଲିଲି

କି ଉପହାର ଆମେରେ ଆଣିବା ଆସନ୍ତା କାଲି।

ଲିଲି କହିଲା ତିନୋଟି ସୁନ୍ଦର ଗଛ କିଣିବା

ଜନ୍ମଦିନରେ ତାକୁ ନେଇ ତ ଉପହାର ଦେବା।

ଜଲି କହିଲା ଧେତ ମୋତେ କହତ ଲିଲି ତୁହି

ଏପରି ଉପହାର ଅର୍ଥକୁ ଟିକିଏ ଦେ ବୁଝାଇ।

ବିଷାଦ ଭରା କଣ୍ଠେ କହିଲା ଲିଲି ଶୁଣ କହୁଛି

ଜାଣନାହିଁକି ଆଜି ପୃଥିବୀ ବୃକ୍ଷ ଶୁନ୍ୟ ହେଉଛି।

ଯହିଁପାଇଁ ସମାଜେ ଝଡ଼ ବାତ୍ୟା ବ୍ୟାପି ଚାଲିଛି

ବାୟୁରେ ଅମ୍ଳଜାନ ପରିମାଣ କମି ଯାଉଛି।

ପରିବେଶର ସନ୍ତୁଳନ ରକ୍ଷାପାଇଁ ତ ଗଛ

ନିହାତି ଜରୁରୀ କି ନାହିଁ ଗୁରୁଜନଙ୍କୁ ପୁଛ।

ସବୁ ଶୁଣି ଜଲି ମନେ ମନେ ହୋଇଥିଲା ଖୁସି

କି କି ଗଛ କିଣିବେ ବିଚାରିଲେ ସଭିଏଁ ବସି।

ଆମ୍ବ ପଣସ ବଉଳ ତିନୋଟି ଗଛ ଆଣିଲେ

ତାକୁ ଧରି ଧୁନା ଘରକୁ ତିନିହେଁ ବାହାରିଲେ।

ଅତିଥି ମେଳେ ଗଛକୁ ଧରି ଗଲେ ପହଞ୍ଚି ଯେ

ଆଗ୍ରହରେ ଧୁନା ଖୋଲିଦେଲା ଉପହାର ନିଜେ।

ଗଛ ଦେଖି ଭାବିଲା ଥଟ୍ଟା କଲେକି ସାଙ୍ଗ ମୋର

ମନୋଭାବ ବୁଝି ତିନିହେଁ ପାଖକୁ ଗଲେ ତାର।

ବୁଝାଇଲେ ଗଛର ମାହାତ୍ମ୍ୟ ସଂସାରରେ କେତେ

ତାପରେ ଖୁସିରେ ଅଧିର ଧୁନା ହୋଇଲା ଯେତେ।

ଭାଷାରେ ବର୍ଣ୍ଣିତ ନୁହଁଇ ତାହା କୌଣସି ମତେ

ରୋପିଲା ନେଇ ବଗିଚାରେ କେତେ ଜତନେ ସତେ।

ସେହିଦିନଠୁ ସବୁ ସାଙ୍ଗ ମିଶି ଚାରା ଉପହାର

ଦେବାକୁ ସଂକଳ୍ପ କରି ଉନ୍ନତି କଲେ ସମାଜର।



Rate this content
Log in

Similar oriya poem from Inspirational