STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଚାଳଘର

ଚାଳଘର

1 min
163


ଗାଆଁରେ ଆମ  ଝାଟିମାଟିର

   ଛୋଟିଆ ଚାଳଘର

ଲାଗଇ ମୋତେ ଭାରି ବଢିଆ

    ସୁନ୍ଦର ସୁଶୀତଳ ।

ଗରମ ଦିନେ   ଲାଗଇ ଥଣ୍ଡା

   ଲାଗେନା ଶ୍ୱାସରୁଦ୍ଧ

ଥଣ୍ଡା ଦିନରେ   ରହେ ଗରମ

   ନଡ଼ା ନାତିଶୀତୋଷ୍ଣ ।

ରହିଛି ଏଠି   ପୁରୁଣା ସ୍ମୃତି

     ଆମରି ଷଠିଘର

ପୂର୍ବ ପୁରୁଷ   ପବିତ୍ର ଆତ୍ମା

    ଏଠିକୁ ଚଳାଚଳ ।

ତାଙ୍କରି ଶ୍ରମ  ଝାଳରେ ଗଢା

    ଏହା ଦୁଆର ବନ୍ଧ

ଏହାରି ମଧ୍ୟେ  ଲକ୍ଷ୍ମୀଙ୍କ ବାସ

   ପଶେନା ଭୂତ ପ୍ରେତ ।

ଏହା କବାଟ   ଓରା ମଥାନ

   ଶାଳରେ କୋଟିକାମ

ଜାତି ଜାତିକା  ଫୁଲ ପତର

   ହାତୀ ହଂସ ଓ ପଦ୍ମ ।

ଟିକି ଝରକା  ଖୋଲିଲେ ଦିଶେ

   ଆକାଶ ସୂର୍ଯ୍ୟ ଚନ୍ଦ୍ର

ସୁଲୁସୁଲିଆ   ବହେ ପବନ

    ମୋହି ନିଅଇ ମନ ।

ଚାଳ ମଥାନେ  କଖାରୁ ମାଡେ

    ଶିମ୍ବ ଓ ପୋଇଲତା

ଉପରେ ଚଢ଼ି  ତୋଳିଲେ ଫଳ

    ଲାଗଇ ବଡ଼ ମଜା ।

ଯେଉଁଠି ଥିଲେ  ଆଖିରେ ନାଚେ

    ଛୋଟ ମୋ ଚାଳଘର

ଦିଏନା ଖୁସି   ଆଜିକା କୋଠା

    ହେଉବା ଯେତେ ତଳ ।

   -----


Rate this content
Log in

Similar oriya poem from Inspirational