ସମୟ
ସମୟ
ସମୟ ନୁହେଁ ଯେ ଗାଡ଼ି
ଆମେ ଚାହିଁଲେ ଅଟକି ଯିବ
ନିଃଶ୍ବାସ ଯେବେ ଯିବ ଚାଲି
ଆମ ସମୟ ଯିବ ସରି
ନୁହେଁ ସେ କାହାର ବନ୍ଧୁ
ନୁହେଁ ସେ କାହାର ଶତ୍ରୁ
ଦିଏ ସେ ସଭିଙ୍କୁ ସମୟ
ତାକୁ ଉପଯୋଗ କରିବା ଆମ କାମ
ସମୟ ରହେନା କାହାରି ଅଧିନ
ସେ ତ ବୋହି ଯାଉଥିବା ସ୍ରୋତ ସମାନ
ରହିବା ଯଦି ଆଜି ଆମେ ଶୋଇ
କାଲିକୁ ନଥିବେ ଆମ ପାଶେ କେହି
ସମୟ ସହ ବଢି ଯିବେ ସବୁ
ବଢାଇ ପାଦ ଆଗକୁ ଅଗକୁ
ପାଇବାକୁ କିଛି ଚେଇଁ ରହିବାକୁ ହେବ
ସମୟ ସହିତ ଚାଲିବାକୁ ହେବ
ସମୟ ରେ ସମୟ ... ... .... .... ....।
