ସାହିତ୍ୟିକର ପବିତ୍ର ଧର୍ମ
ସାହିତ୍ୟିକର ପବିତ୍ର ଧର୍ମ
ମିଷ୍ଟ ବଚନରେ ଦରିଦ୍ରତା ଭାବ
ଆଣିଲେ କି ହେବ ଭାଇ,
ବଚନେ ବିଶ୍ୱକୁ ଜିତିହେବ ନିଶ୍ଚେ
ଧନ ବାରେ ଲୋଡା ନାହିଁ
ଛୁଆଟି ଦିନରୁ ଏହି କବିତା ପଂକ୍ତି
ଟି ମୁଁ ସଦା ଶୁଣି ଆସିଅଛି
ଏହାକୁ ଭିତ୍ତିକରି ମୁଁ ମୋର ଚିନ୍ତା-
ଧାରାରେ ଆସେ, ଜୋଡୁଛି ।୧।
ଜୀବନରେ ମିଠା କଥାର ଭୂମିକା
ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ରହେ,
ଉପରେ ମିଠା କଥା କିନ୍ତୁ ମନରେ
ଯଦି ଅଲଗା ଭାବ ରହିଥାଏ ।୨।
ସତ୍ୟ ପଥ ଆପେଣେଇବା ତ କଷ୍ଟ,
ମିଠା କଥା ମିଛ ରୁହେ,
ସବୁବେଳେ ସବୁ ସ୍ଥାନରେ ମଣିଷକୁ
ବିପଦ ଭିତରକୁ ଟାଣି ନିଏ ।୩।
ହିଟଲର, ମୁସୋଲିନି ଭଳି ଜନନେତା
ମାନଙ୍କ ଏହି ମିଠା ବାଣୀ
ପୃଥିବୀକୁ ମୃତ୍ୟୁର ଭୟାବହ ବିଭିଷୀକା
କୁ ନେଇ ଅଛି ଟାଣି ।୪।
ଅପ୍ରିୟ ସତ୍ୟ ବାଣୀ ହୁଏ ସଦାବେଳେ
ମଣିଷ ପାଇଁ କଷ୍ଟଦାୟକ,
କିନ୍ତୁ ସତ୍ୟ କଥା ମିଠା ନହେଲେ ମଧ୍ୟ,
ସଦାବେଳେ ମଂଗଳଦାୟକ ।୫।
ପ୍ରକୃତ ବନ୍ଧୁର ବନ୍ଧନ ଶ୍ମଶାନକୁ ଯିବା
ଯାଏଁ ସାଥିରେ ଥାଏ,
ବନ୍ଧୁର ସତ୍ୟ କଥା ମିଠା ଅବା କଟୁକର
ହେଉ, ମଂଗଳମୟ ହୁଏ ।୭।
ମନେ ରଖିବା ହୃଦୟରେ, ଏହା ହେଉଛି
ସାହିତ୍ୟିକର ପବିତ୍ର ଧର୍ମ,
ସୃଷ୍ଟି କରି ପାରିବା କାଳଜୟୀ ସୌଧ,
ଦେଇ ସ୍ୱଛ ସାହିତ୍ୟର ମର୍ମ ।୮।
ଆପଣାର କରିବା ସେ ସାହିତ୍ୟ, ଯିଏ
ଶତ ଦୁଃଖକୁ ହରି ନିଏ,
କିଛି ମନରେ ଧରିବେ ନାହିଁ, ନମ୍ରତାର
ସହିତ, ଚିତନ ଆପଣଙ୍କୁ କୁହେ ।୯।