ଦୁର୍ଜନସଙ୍ଗେ କଲେବାସ
ଦୁର୍ଜନସଙ୍ଗେ କଲେବାସ
(ରାଗ:- ଗୁଜ୍ଜରୀ ବା ଭାଗବତବାଣୀ)
ଅଟେ ଏ ଭାଗବତ ବାଣୀ,
ହୃଦେ ରଖିବୁ ଜ୍ଞାନ ଜାଣି !!
ଭଲ ସଙ୍ଗତେ ଭଲ ହେବୁ,
ନଷ୍ଟ ଯେ ଦୁର୍ଜନେ ହୋଇବୁ !!
ଦିଏ ପୁରାଣ ଜ୍ଞାନ ଦିକ୍ଷା,
ରଖିବା ପ୍ରାଣେ ଏହୁ ଶିକ୍ଷା !!
ଦୁଷ୍ଟର ସଙ୍ଗ ସର୍ବନାଶ,
ହୁଏ ଜୀବନେ ଅଭିଶାପ !!
ଶୁଣ ତୁ ଜ୍ଞାନୀ ଧ୍ୟାନଦେଇ,
କଟୁ ବଚନ ପରା ଭାଇ !!
କରିବୁ ଯେବେ ଦୁଷ୍ଟ ସଙ୍ଗ
ଛାଡ଼ିବ ବିପଦ କି ଅଙ୍ଗ !!
ଦୁର୍ଜନେ ବିନାଶ ସଂକେତ
କର୍ମର ଜ୍ଞାନ ଭାଗବତ !!
କୃଷ୍ଣଙ୍କ ବାଣୀ ଭାଗବତ
ବଚନ ଯାହାର ଅମୃତ !!
ତାକୁ ପଢ଼ିବା ଧର୍ମ ଜାଣି,
ଦେବ ଏ ହୃଦେ ଜ୍ଞାନଆଣି !!
ସଙ୍ଗତ ଜ୍ଞନୀ ଜନ ସଙ୍ଗ,
ପବିତ୍ର କରିବା ସର୍ବାଙ୍ଗ !!
ଦୁର୍ଜନ ଠାରୁ ରୁହ ଦୂର,
ତୁ ହାତେ ପ୍ରଭୁ ବାଣୀ ଧର !!
ଦୁର୍ଜନ ସଙ୍ଗେ କଲେ ବାସ,
ନିଶ୍ଚେ ଘଟିବ ସର୍ବନାଶ। !!
ଗଣ୍ଠି କରି ବାନ୍ଧ ଜୀବନେ,
ନହୁ ଟି ସଙ୍ଗତ ଦୁର୍ଜନେ !!
ଭାଗବତ ଟୁଙ୍ଗୀ ଗାଆଁର,
ଦିଏ ଜ୍ଞାନ ଭଲ ମନ୍ଦର !!
ପୁରାଣ ଜୀବନେ ଚନ୍ଦନ,
କର୍ମ କ୍ଷେତ୍ରର ଦିଏ ଜ୍ଞାନ !!