Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Inspirational

4.7  

Gobinda Chandra Sethi

Abstract Inspirational

ମା କାଳରାତ୍ରି(ଧୂସର ବର୍ଣ୍ଣା)

ମା କାଳରାତ୍ରି(ଧୂସର ବର୍ଣ୍ଣା)

1 min
391


ସପ୍ତମ ଦିବସେ ଆସେ ନବ ରାତ୍ର 

ଦୁର୍ଗାଙ୍କ ଧୂସର ବେଶେ

କାଳରାତ୍ରି ହୋଇ ଧରାରେ ମଣ୍ଡନ 

ରୂପ ବିକରାଳ ଦିଶେ ।


ରୂପ ଭୟଙ୍କର ଦିଶେ କଳାରଙ୍ଗେ

କେଶଟା ଥାଏ ଫୁଙ୍ଗୁଳା 

ଲହ ଲହ କରି ଜିହ୍ୱାର ଅନଳେ 

ଦୁଷ୍ଟଙ୍କ ବୁଡ଼ଇ ଭେଳା ।


ତ୍ରିନେତ୍ର ଧାରିଣୀ ଚତୁର୍ଭୁଜ ମାତା

ରୂପ ସତେ ତାଙ୍କ କାଳୀ

ଧରି ଖଡ୍ଗ କଣ୍ଟା ଆଉ ବର ମୁଦ୍ରା 

ହାରରୁ ଆସେ ବିଜୁଳି ।


ଗଧ ବାହନରେ କର ଆତଯାତ 

ଭୟଙ୍କର ରୂପ କାନ୍ତି 

ମାତା କାଳରାତ୍ରି ଅସୁର ନାଶକ 

ଭକ୍ତଙ୍କୁ କରନ୍ତି ଶାନ୍ତି ।


ମାରି ଚଣ୍ଡ ମୁଣ୍ଡ ଆଉ ରକ୍ତ ବୀଜ

ଦେବଗଣ କଲେ ଶାନ୍ତ

ଆଜି ସେ ରୂପକୁ କରୁ ଆରାଧନ

ଧରାକୁ କର ପ୍ରଶାନ୍ତ ।


ଧୂସର ବସ୍ତ୍ରରେ ପୂଜା ମଣ୍ଡପରେ

ଦେଖୁ ମହିଳାଙ୍କ ଭିଡ଼

ପୂଜା ଅର୍ଘ୍ୟ ଥାଳି ସ୍ୱହସ୍ତରେ ଧରି

ଅର୍ପଣ ଭୋଗର ଗୁଡ଼ ।


ଧୂସର ରଙ୍ଗରେ କୁଶକ୍ତିର ନାଶ

ଦେଇଥାଏ ସେ ଚେତନା

ସେହି ରଙ୍ଗେ ଆଜି ନାରୀ ଜାଗରଣ

କାଳରାତ୍ରିଙ୍କ ପ୍ରେରଣା ।


ଧନ୍ୟ ଧନ୍ୟ ମାତା ନବ ରାତ୍ର ମଧ୍ୟେ 

ମହାନ ସପ୍ତମ ରାତି 

ଧରେ ଆବିର୍ଭାବ ଧୂସର ବର୍ଣ୍ଣରେ 

ବିନାଶ ଦୁଷ୍ଟର ଶକ୍ତି ।



Rate this content
Log in

Similar oriya poem from Abstract