ମୁନୀର ପାର୍ଥନା
ମୁନୀର ପାର୍ଥନା
ଜୀବନ ସଂଗ୍ରାମ ପଥେ
ଘୋଟିଛି ଘନ ଅନ୍ଧକାର
ହୃଦୟ ଥରା ଦୃଶ୍ୟ ନିତ୍ୟେ
ଦେଖି କମ୍ପି ଉଠେ ପୟର l
ନିରବୀ ଯାଇଛି ଧରା
ଶୂନ୍ୟଗଗନେ ମିଳିଛି ହସର ଜୁଆର
ଚିନ୍ତାଗ୍ରସ୍ତ ବାଳୁତ ପ୍ରାଣ
ପ୍ରଶ୍ନ କରଇ ପ୍ରଭୁ ନିରାକାର l
ଦୟାମୟ କରିଛ କି ରୋଷ
ମରତେ ତୁମ ଘୋର ହା ହାକାର
ଭୁଲିକି ଗଲଣି ବ୍ରହ୍ମାଣ୍ଡଗୋସାଇଁ
ଗଢିଥିଲ ସୁନ୍ଦର ସଂସାର l
ପ୍ରାଣେ ପ୍ରାଣେ ଭୀତ
କରଇ ରାଜତ୍ୱ ପ୍ରସାର
ଅକ୍ଳେଶେ ଗ୍ରାସ କରଇ
ପ୍ରାଣ ଭୟଭୀତ ଜନର l
ତୁମରି ସନ୍ତାନ ସର୍ବେ
ଆହେ ପ୍ରଭୁ କରୁଣା ସାଗର
ପିତୃ ଗୁଣେ କ୍ଷମ
ତ୍ରୁଟି ଯଦି ହୋଇଛି ଆମ୍ଭର l
ସ୍ୱଜନେ ଦେଖିଣ କଷ୍ଟ
ଲଭଇ ଅକଥ୍ୟ ବ୍ୟଥା ମନରେ
ହରହେ ସକଳ କ୍ଳେଶ
ପ୍ରାର୍ଥନା କରେ ମୁଁ କାତରେ l
ସାତ ବୟସୀ ମୁନୀ
ଏ ସର୍ବ ଲେଖଇ ପତ୍ର ରେ
ସନ୍ତର୍ପଣେ ଥିରେ ଅର୍ପଣ
କରଇ ପ୍ରଭୁଙ୍କର ପାଦପଙ୍କଜ ରେ l
ବାଳୁତ ମନେ ବିଶ୍ୱାସୀ
ପ୍ରଭାତେ ଖୋଲେ ଠାକୁରଙ୍କ ଦ୍ୱାର
ଉଲ୍ଲାସେଉଚ୍ଚଳି ମୁନୀ
ପାଗଳିନୀ ପରି କହେ ପାଇଛି ଉତ୍ତର l
ଘଟିବ ସର୍ବ ମଙ୍ଗଳ
ପତ୍ର ଉପରେ ପୁଷ୍ପ ହାର
ନାଶିଣ ସକଳ ସନ୍ତାପ
ପ୍ରକାଶିବେ ପ୍ରଭୁ ହରିହର l
ଧର୍ଯ୍ୟ ଧରିଣ ମନେ
ଏ ବିପତ୍ତି କାଳରେ
ଅଟଳ ଦମ୍ଭ ଭରି ଦିଅ
ସମସ୍ତ ଆରତ ପ୍ରାଣରେ l
କଣ୍ଟକିତ ପଥ ଆମ
ହେବ ପୁଷ୍ପେ ଭରା
କଟିବ ଘୋର ଅନ୍ଧାର
ପ୍ରକାଶେ ହସି ଉଠିବ ମୋ ଧରା l
