ଗଣିତ ଶିକ୍ଷକ
ଗଣିତ ଶିକ୍ଷକ
ଆମ ଅଙ୍କ ସାର୍ ବହୁତ କଡା,
ଭଲ ଲାଗେ ତାଙ୍କ ଗଣିତ ପଢା।
ସାଦାସିଧା ତାଙ୍କ ବେଶ ପୋଷାକ,
ସତ୍ୟବାଦୀ ସେ ଆଦର୍ଶ ଶିକ୍ଷକ।
ଶାନ୍ତ ସ୍ନିଗ୍ଧ କମନୀୟ ଚେହେରା,
ମିଠା କଥା ସଫା ହୃଦୟ ପରା।
ଗୁରୁ ଗମ୍ଭୀର କଣ୍ଠରୁ ତାଙ୍କର,
ଝରଇ ଗଣିତର ସୂତ୍ର ଧାର।
ନବୁଝି ପାରିଲେ ବୁଝାଇ ଦିଅନ୍ତି,
ଗାଳି ରାଗ ସେ କେବେ ନକରନ୍ତି।
ପ୍ରେରଣାଦାୟୀ ଅଟେ କଥା ତାଙ୍କର,
କଥା ଓ କାମରେ ସେ ଧୂରନ୍ଧର।
କଠୋର ପରିଶ୍ରମ ଦୃଢ ନିଶ୍ଚୟ,
ସଫଳତା ପ୍ରାପ୍ତିର ଏହି ଉପାୟ।
ତାଙ୍କ ଆଦର୍ଶକୁ ପାଥେୟ କରି,
ଜୀବନ ଗଢିବା ସୁନ୍ଦର କରି।