STORYMIRROR

Anupama Sahu

Abstract Inspirational Children

4  

Anupama Sahu

Abstract Inspirational Children

ପିତାମାତା

ପିତାମାତା

1 min
232


ପିତାମାତା ଆମ  ଜୀବନ୍ତ ଠାକୁର 

   ନାହିଁ କେହି ତାଙ୍କ ସରି 

ତାଙ୍କ ପାଦଧୂଳି  ମୁଣ୍ଡେ ଆମ ବୋଳି 

   ଦୁନିଆଁରୁ ଯିବା ତରି। 


ତାଙ୍କରି ସେନେହ  ପାଇ ନିଶ୍ଚେ ଦିନେ 

   ଛୋଟରୁ ବଡ ହୋଇବା 

ଭଲ କାମ କରି   ସୁନା ପିଲା ହୋଇ 

   ଖ୍ୟାତି ଯେତେ ଅରଜିବା। 


ତାଙ୍କ ଆଶୀର୍ବାଦ  ପାଇ ଆମେ ସଦା 

    ଜିଣିବା ଜୀବନ ବାଜି 

ଜନମ ଆମର   ସାର୍ଥକ କରିବା 

   ସେବାରେ ରହିଣ ମଜ୍ଜି। 


କରିବା ଶପଥ  ଚରଣରେ ତାଙ୍କ 

   ଜଣାଇ କୋଟି ପ୍ରଣାମ 

ଉପଦେଶ ମାନି  ସତ୍ୟ ପଥେ ଚଳି 

   ରଖିବା ତାଙ୍କରି ନାମ। 


        

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract