STORYMIRROR

RUNALAILA MOHANTA

Others Children

4  

RUNALAILA MOHANTA

Others Children

ବାଲ୍ୟକାଳ

ବାଲ୍ୟକାଳ

1 min
223


ବାଲ୍ୟକାଳର ସେ ଅଭୁଲା ସ୍ମୃତି

       ମୋନେ ପଡୁଛି ବହୁତ ଆଜି

ନା ଥିଲା ଚିନ୍ତା ନା ଥିଲା ଭାବନା

          ଥିଲା ଖାଲି ମନ ଖେଳରେ ମାତି ।

ହସୁଥିଲି ମନ ଖୋଲି କାନ୍ଦୁଥିଲି ମନ ଭରି

        ଖେଳୁଥିଲି କେତେ ଖେଳ ଭଳିକି ଭଳି

ଭୋକ ହେଉଥିଲେ ଅଳି କରୁଥିଲି ବସି

        ଖାଇବିନି ମୁଁ ଯେ ଦୁଧଭାତ ଛଡ଼ା କିଛି

ନିଦ ଆସୁଥିଲେ ମାଡ଼ି ଭାବୁଥିଲି ନିତି

    ସପନରେ ଆଜି ଆସିବେ ଭୋଳା ବାବା ବୋଲି

ପୋଖରୀ କୂଳର ସେ ଆମ୍ବତୋଟା ମୂଳ

     ସାଙ୍ଗ ସାଥି ମେଳେ ଯେ ହେଉଥିଲା ଠୁଳ

ଖୋଟା ଖାଇବାକୁ ଯେବେ ହେଉଥିଲା ମନ

          ଯାଉଥିଲୁ ସବୁ ନେଇ ଚୋର ଧନ

ନା ଥିଲା ଅତୀତ ଜଣା ନା ଭବିଷ୍ୟତ ଧାରଣା

          ଥିଲା ଖାଲି ବର୍ତ୍ତମାନ ର ଚେତନା

ହସଖେଳ ରାଗଋଷ ପାଠପଢା ସଜବାଜ

           ସ୍କୁଲର ସେ ବୋହୁଚୋରି ଖେଳ

ମନେ ପଡେ ମନେ ପଡେ 

        ଭାରି ମନେ ପଡେ . . . . . . .।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍