ବାଲ୍ୟକାଳ
ବାଲ୍ୟକାଳ
ବାଲ୍ୟକାଳର ସେ ଅଭୁଲା ସ୍ମୃତି
ମୋନେ ପଡୁଛି ବହୁତ ଆଜି
ନା ଥିଲା ଚିନ୍ତା ନା ଥିଲା ଭାବନା
ଥିଲା ଖାଲି ମନ ଖେଳରେ ମାତି ।
ହସୁଥିଲି ମନ ଖୋଲି କାନ୍ଦୁଥିଲି ମନ ଭରି
ଖେଳୁଥିଲି କେତେ ଖେଳ ଭଳିକି ଭଳି
ଭୋକ ହେଉଥିଲେ ଅଳି କରୁଥିଲି ବସି
ଖାଇବିନି ମୁଁ ଯେ ଦୁଧଭାତ ଛଡ଼ା କିଛି
ନିଦ ଆସୁଥିଲେ ମାଡ଼ି ଭାବୁଥିଲି ନିତି
ସପନରେ ଆଜି ଆସିବେ ଭୋଳା ବାବା ବୋଲି
ପୋଖରୀ କୂଳର ସେ ଆମ୍ବତୋଟା ମୂଳ
ସାଙ୍ଗ ସାଥି ମେଳେ ଯେ ହେଉଥିଲା ଠୁଳ
ଖୋଟା ଖାଇବାକୁ ଯେବେ ହେଉଥିଲା ମନ
ଯାଉଥିଲୁ ସବୁ ନେଇ ଚୋର ଧନ
ନା ଥିଲା ଅତୀତ ଜଣା ନା ଭବିଷ୍ୟତ ଧାରଣା
ଥିଲା ଖାଲି ବର୍ତ୍ତମାନ ର ଚେତନା
ହସଖେଳ ରାଗଋଷ ପାଠପଢା ସଜବାଜ
ସ୍କୁଲର ସେ ବୋହୁଚୋରି ଖେଳ
ମନେ ପଡେ ମନେ ପଡେ
ଭାରି ମନେ ପଡେ . . . . . . .।
