ମୋ ପ୍ରିୟ ଭୋଳାନାଥ
ମୋ ପ୍ରିୟ ଭୋଳାନାଥ
ପ୍ରଭୁ ମୋର ପ୍ରିୟ ଭୋଳାନାଥ
ହୃଦୟର ନାଥ ତୁମେ ଓଁ କାରେଶ୍ୱର
ଏ ଜୀବନର ଆରମ୍ଭ ତୁମେ ଜଗତର ନାଥ
ତୁମେ ହିଁ ତ ଅନ୍ତ ପ୍ରଭୁ ମହାକାଳ
ବସିଅଛ ଜୀବନେ ମୋର କରି ବାସସ୍ଥଳ ।
ଜୀବନର ପ୍ରତି ମୁହୂର୍ତ୍ତେ ହୋଇଛ ସାଥୀ ମୋର
ହାରିବାକୁ କେବେ ଦେଇ ନାହଁ
ଜିତିବାକୁ ଦେଇଛ ଧୈର୍ଯ୍ୟ ଭରି
ହୃଦୟ କଳସ ରେ ମୋର ।
କେବେ କାନ୍ଦି କାନ୍ଦି କେବେ ହସି ହସି
କହିଛି କେତେ ମନକଥା ତମକୁ ମୁଁ ଲୁଚିଲୁଚି
ମୋ ଖୁସି ପାଇଁ ପ୍ରଭୁ ଅଛ ତମେ
ସବୁ ରୂପ ନେଇ ରହିଛ ମୋ ଜୀବନେ
କେବେ ବାପା ସାଜିଛ ମୋ ପାଇଁ ତ କେବେ ଭାଇ
କେବେ ପୁଣି ହୋଇଛ ଘନିଷ୍ଠ ବନ୍ଧୁ ଠୁ ବି ନିଜର ।
ଜୀବନର ସବୁ ଦୁଃଖ କୁ ମୋର
ସାମନା କରି ପାରିଛି ଆଶୀର୍ବାଦ ପାଇ ତୁମର
ତମର ଅସ୍ତିତ୍ଵକୁ ଅନୁଭବ କରିଛି ଏ ହୃଦୟ ମୋର
ଅଦୃଶ୍ୟ ରହି ବି ଆନନ୍ଦ ଦେବାର ଯୋଗ୍ୟ ଅଛି
କେବଳ ତୁମର ।
ମୋ ମନ ମନ୍ଦିର ର ତୁମେ ହିଁ ତ ନାଥ
ରଖି ତୁମ ଉପରେ ବିଶ୍ୱାସ
ରଖିଲି ଏ ମସ୍ତକ ପାଦପଦ୍ମ ରେ ତୁମର ।
