Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Inspirational Children

4  

Bidulata Sahoo

Inspirational Children

କରୋନାଯୋଦ୍ଧା ।

କରୋନାଯୋଦ୍ଧା ।

1 min
190


କରୋନା ଯୋଦ୍ଧାଙ୍କୁ ନମସ୍କାର  |

ବିଶ୍ୱେ ଆତଙ୍କ କରୋନା ପାଇଁ,

ହେଲେ ତାହାଙ୍କର ଖାତିର୍ ନାହିଁ,

ଡାକ୍ତରୀ ଟିମ୍ ଟି ସିଏ,

ଲକ୍ ଡାଉନ୍ ରେ ସମସ୍ତେ ଘରେ ରୋଗୀ ପାଖେ ସିଏ ଥାଏ |

ପୋଲିସ୍ ଭାଇ ତ ପୋଲିସ୍ ଭାଇ,

ତାଙ୍କ ସେବାରତ ତୁଳନା ନାହିଁ,

ଖରାକୁ ଖାତର ନାହିଁ,

ଦିନ ରାତି ସିଏ ଏକ୍ କରି ଜଗେ ତାହା ସରିକେହି ନାହିଁ |

ଆଉ ଜଣେ ହେଲେ ଦୋକାନୀ ଭାଈ,

ଦରକାରୀ ଦ୍ରବ୍ୟ ଯୋଗାନ୍ତି ସେହି,

ତା ପାଇଁ ଜଳୁଛି ଚୁଲି,

ନିଜ ଜୀବନକୁ ବାଜି ଲଗେଇ ସେ ବସିଛି ଦୋକାନ ଖୋଲି |

ବ୍ୟାଙ୍କ କର୍ମଚାରୀ ଆହୁରି ବଡ,

ଛୁଟିନାହିଁ ତାଙ୍କ ନାହିଁଟି ଘର,

ସମସ୍ତେ ପଶନ୍ତି ସେଠି,

ଲକ୍ ଡାଉନ ରେ ଘରେ ନ ରହି ସେ ଦିନରାତି ଖଟୁଛନ୍ତି |

ସଫେଇବାଲାଙ୍କ ତୁଳନା ନାହିଁ,

ରାସ୍ତାଘାଟ ସଫା ତାଙ୍କରି ପାଇଁ,

ନାହିଁ ଜୀବନକୁ ଭୟ,

ଅନ୍ୟର ସେବାରେ ବିତାନ୍ତି ଦିନ ତାଙ୍କ ସରି କିଏ କୁହ |

କରୋନା ଯୋଦ୍ଧାଙ୍କୁ ନମସ୍କାର,

ଚାହାନ୍ତିନି ସିଏ ପୁରସ୍କାର,

ବିପଦେ ନାହାନ୍ତି ଭାଜି,

ଯେତେ ପ୍ରଶଂସା ବି କରିଲେ ତାଙ୍କ ଊଣା ପଡିଯିବ ଆଜି |


Rate this content
Log in

Similar oriya poem from Inspirational