STORYMIRROR

Bhagabat -chandu

Inspirational

4  

Bhagabat -chandu

Inspirational

ନିରବତା

ନିରବତା

1 min
352

ଗଢିପାରେ ତାଜମହଲ ପ୍ରୀତିର

ଉଜାଡି ପାରେ ସଂପର୍କ ସ୍ନେହ ପ୍ରେମ ଭରସାର

ବଞ୍ଚାଇପାରେ କେବେ ଜୀବନ କାହାର

ଦେଇପାରେ ନିର୍ଦ୍ଦୋଷକୁ ଫାଶୀ ଉପହାର

ପାପ ପୂଣ୍ୟର ଧର୍ମ ନିକିତିରେ.....।୧।


କେବେ ଏ ମଣିଷ ନିରବ ରୁହେ

ସୁଖର ଅନୁଭବରେ ଦୁଃଖର ଆର୍ତ୍ତ ହାହାକାରେ

କେବେ ବସନ୍ତର ମଳୟ ସ୍ପର୍ଶରେ

କେବେ ପୁଣି ଶ୍ରାବଣ ରାତିର ଘନ ଅନ୍ଧାରରେ

କୋଳାହଳ ଅବା ନିର୍ଜନତାରେ...।୨।


ସଚ୍ଚୋଟ ମଣିଷଟି ନିରବ ରହିଯାଏ

ନିଦାଘ ଗ୍ରୀଷ୍ମରେ ଥୁଣ୍ଟା ବରଗଛ ଟିଏ ଭଳି

କେବେ ନିର୍ଦ୍ଦୋଷ ଥାଇ ବି ଥରୁଥାଏ ମାଘମାସରେ ବରଡା ପତ୍ର ଭଳି ବାଘୁଆଶୀତରେ 

ଦୁନିଆର ମିଛ ରଙ୍ଗ ମଞ୍ଚରେ....।୩।


କେହି କୁହନ୍ତି ନିରବତା ଏକ ଅନୁତାପ

କରିଥିବା ଦୋଷ ଆଉ ପାପ

କିନ୍ତୁ ନିରବୀ ବ୍ୟକ୍ତିଟି ଜାଣେ

ଏହା ତା'ର ପରିବେଶ ସଂସ୍କାରର ଚାପ

ନୁହେଁ ଏ ଅସହାୟତା ଦୁର୍ବଳତାରେ ।୪।


ଝିଣ୍ଟିକା ମାରି ବଣି ପୋଷୁଥିବା ସଂସାରରେ

ପ୍ରତିବାଦ କରିବ ସେ କାହା ବଳରେ

ସବୁ ସହିଯାଏ ନିରବରେ

ଦୁଃଖରେ ହେଉ ଅବା ସୁଖରେ

ନିରୁପାୟ ନିଚ୍ଛକତାରେ......।୫।


ତଥାପି "ନିରବତା "ମହାଅସ୍ତ୍ର ସାଜେ

ସତ୍ୟ ଅହିଂସା ମନ୍ତ୍ରରେ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational