STORYMIRROR

Bhagabat -chandu

Classics Inspirational Others

4  

Bhagabat -chandu

Classics Inspirational Others

ଆକୁଳ ନିବେଦନ ମହାବାହୁ

ଆକୁଳ ନିବେଦନ ମହାବାହୁ

1 min
359

 ଘଣ୍ଟ ଘଣ୍ଟି ନାଦ କରି ଯାଉଛ ଶ୍ରୀହରି

                 ଉଚ୍ଚ ସ୍ବରେ ଡାକୁଛନ୍ତି ପଣ୍ଡା ପଢିହାରୀ

       ସହଜେ ମୁଁ ତ ଅବୋଧ ମନ୍ତ୍ର ଜାଣିନାହିଁ

               କୋଟି କୋଟି ଭକ୍ତଙ୍କର ପଛେ ଅଛି ରହି

       ସତେକି ହେ ଜଗନ୍ନାଥ କାଳିଆ ଠାକୁର

               ତୁମ ଶ୍ରବଣ ଭେଦିବ ମୋର କଣ୍ଠସ୍ବର

       କି ଫଳ ଯାଚିବି ଭକ୍ତ ଦାସିଆ ତ ନୁହଁ

                କି ଜଣାଣ ଗାଇବି ହେ ସାଲବେଗ ନୁହଁ

       ଭାବରେ ଡାକିବା ପାଇଁ ଭାବ ମୋର କାହିଁ

            ମୀରା ଯେଉଁ ଭାବେ ତତେ ବାନ୍ଧିଲେ ଗୋସାଇଁ

       କି ଅବା କରିବି ପ୍ରେମ ଶ୍ରୀରାଧା ଭଳି

                କେମିତି ଡାକିବି ତତେ ପାରୁନାହିଁ କଳି

       ଶତଦଳ ପଦ୍ମେ ମୃଦୁ ହାସେ ଢଳି ଢଳି

                 କି ସୁନ୍ଦର ଗମନ ତୋ ରାଜହଂସ ପରି

       ଗଭାରେ ଶୋଭା ପାଉଛି ମଲ୍ଲୀ ଫୁଲ ହାର

                 ସୁରପତି ବେଶ କରିଛନ୍ତି ମନୋହର

        ରଥପରେ ତୋ ଦର୍ଶନେ ନାହିଁ ପୁନର୍ଜନ୍ମ

                ଉତ୍କଣ୍ଠାରେ ଚାହିଁ ଅଛି ଏ ଚର୍ମ ନୟନ

       ହେ କାଳିଆ ଠାକୁର ତୋ ଡୋରି ଲାଗିଥାଉ

                  ବରଷ ଅନ୍ତରେ ନିତି ରଥ ଗଡୁଥାଉ

        ଭାଇ ଭଉଣୀଙ୍କୁ ଘେନି ସାଥିରେ ତୋହର

                 କରୁଥାଅ ଏମିତି ପ୍ରଭୁ ଏ ବିଶ୍ବ ବିହାର

        ଓଡିଶା ବାସୀଙ୍କ ସହ ଥାଉ ଏହି ଭାବ

                ସାରା ବିଶ୍ବ ଜାଣୁ ଆମ ଭାଇ ଭାଇ ଭାବ

        ତୋ’ଠାରୁ କିଛି ଶିଖନ୍ତୁ ଏ ଓଡ଼ିଆ ଜାତି

             ସଂପତ୍ତି ଲୋଭେ ନଷ୍ଟ ନୋହୁ ଭାଇ ଭାଇ ପ୍ରୀତି

        ଭଉଣୀ ପାଇଁ ଭାଇ ସାଜୁ ରକ୍ଷାକବଚ

           ଦେଉ ନବପ୍ରେରଣା ନିତି ତୋ ଗୁଣ୍ଡିଚା ଯାତ

        ଚିର ଆନନ୍ଦ ଦେଉ ତୋ ଦିବ୍ୟ ଦରଶନ

             ଜନ୍ମ ମୃତ୍ୟୁ ବ୍ୟାଧି ଚକ୍ରୁ କରୁ ପରିତ୍ରାଣ

        ତୋ ପ୍ରସିଦ୍ଧ ରଥଯାତ୍ରା ରେ କ୍ଷୁଦ୍ର ପ୍ରୟାସ

              ନିର୍ବୋଧ ଅବୋଧ ତୋର ମୁଁ କୁନି ବାଳକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics