କାଳବୈଶାଖୀ
କାଳବୈଶାଖୀ
ଖରା ଦିନେ ବରଷା ଆସେ ଯେବେ ମାଡ଼ି
ଲାଗେ କରି ଦେବ ତନକୁ ଶୀତଳ
ରକ୍ଷା ସେ କରିବ ଗ୍ରୀଷ୍ମର ତାତି ରୁ
ଅଙ୍କୁରରେ ଭରିଦେବ ଚାଷୀର ଜମିକୁ
ଯେବେ ଘୋର୍ ବିପଦ ଆସେ ମାଡ଼ି
ସଭିଏଁ କୁହନ୍ତି କାଳ ଆସିଲା ବୋଲି
ହୁଏ ଯେବେ ବିଜୁଳି ଘଡଘଡ଼ି
ବର୍ଷା ସାଥେ କୁଆପଥର ଦିଏ ଢ଼ାଳି
ନଦେଖେ ସ୍ଥାନ କାଳ ପାତ୍ର ଦିଏ ବଜ୍ରପାତ ମାଡ
ଆସେ ସିଏ ରୂପ ନେଇ କାଳବୈଶାଖୀର
ପବନ ସାଥେ ଉଡ଼ାଇ ନିଏ ଘରଦ୍ୱାର
ନିର୍ମୂଳ କରି ଉପାଡ଼ି ଦିଏ ଗଛର ଚେର
ଯିଏ ଆସେ ତାର ରାସ୍ତାରେ
ପହଞ୍ଚାଇ ଦିଏ ତାକୁ ସ୍ୱର୍ଗଦ୍ଵାର
ଚିହ୍ନେ ନା ସିଏ ରୂପ କାହାର
ଦେଖାଇ ଦିଏ ତାର ବିଶ୍ଵ ରୂପ
ଯଦି ଆସେ ସିଏ ହୋଇ ମନ୍ଥର
ସହି ହୁଏ ସବୁ ତାଣ୍ଡବ ତାର
ଆସେ ଯଦି ହୋଇ ସିଏ ଭୟଙ୍କର
କରି ଦିଏ ଆମୂଳଚୁଳ ସବୁ ଶେଷ
ଏ କି ପ୍ରକୃତିର ଆମ ପ୍ରତି ଅନାଦର
ଦେଇ ଦିଏ ଆମ ଠାରୁ ମିଳୁଥିବା
ଗୋଟି ଗୋଟି ଅତ୍ୟାଚାରର ସୁଧ
ଖୁସିରେ ହୁଏ ନାହିଁ ଆମ ପ୍ରତି ସେ ଉଦ୍ଧତ
ଏ ଯେ ଆମ ଅମଣିଷ ପଣିଆ ପାଇଁ
ମିଳୁଥିବା ଉପହାର
ତେଣୁ ରହିବା ଆମେ ସଜାଡି ହୋଇ
ନ କରି ପ୍ରକୃତିର ନିୟମ ଭଙ୍ଗ।।।
