STORYMIRROR

RUNALAILA MOHANTA

Tragedy Inspirational Children

4  

RUNALAILA MOHANTA

Tragedy Inspirational Children

କାଳବୈଶାଖୀ

କାଳବୈଶାଖୀ

1 min
231


 ଖରା ଦିନେ ବରଷା ଆସେ ଯେବେ ମାଡ଼ି

     ଲାଗେ କରି ଦେବ ତନକୁ ଶୀତଳ

     ରକ୍ଷା ସେ କରିବ ଗ୍ରୀଷ୍ମର ତାତି ରୁ

   ଅଙ୍କୁରରେ ଭରିଦେବ ଚାଷୀର ଜମିକୁ

    ଯେବେ ଘୋର୍ ବିପଦ ଆସେ ମାଡ଼ି

   ସଭିଏଁ କୁହନ୍ତି କାଳ ଆସିଲା ବୋଲି

      ହୁଏ ଯେବେ ବିଜୁଳି ଘଡଘଡ଼ି

   ବର୍ଷା ସାଥେ କୁଆପଥର ଦିଏ ଢ଼ାଳି

ନଦେଖେ ସ୍ଥାନ କାଳ ପାତ୍ର ଦିଏ ବଜ୍ରପାତ ମାଡ

ଆସେ ସିଏ ରୂପ ନେଇ କାଳବୈଶାଖୀର

  ପବନ ସାଥେ ଉଡ଼ାଇ ନିଏ ଘରଦ୍ୱାର

ନିର୍ମୂଳ କରି ଉପାଡ଼ି ଦିଏ ଗଛର ଚେର

      ଯିଏ ଆସେ ତାର ରାସ୍ତାରେ

    ପହଞ୍ଚାଇ ଦିଏ ତାକୁ ସ୍ୱର୍ଗଦ୍ଵାର

    ଚିହ୍ନେ ନା ସିଏ ରୂପ କାହାର

   ଦେଖାଇ ଦିଏ ତାର ବିଶ୍ଵ ରୂପ

  ଯଦି ଆସେ ସିଏ ହୋଇ ମନ୍ଥର

    ସହି ହୁଏ ସବୁ ତାଣ୍ଡବ ତାର

  ଆସେ ଯଦି ହୋଇ ସିଏ ଭୟଙ୍କର

  କରି ଦିଏ ଆମୂଳଚୁଳ ସବୁ ଶେଷ

 ଏ କି ପ୍ରକୃତିର ଆମ ପ୍ରତି ଅନାଦର

   ଦେଇ ଦିଏ ଆମ ଠାରୁ ମିଳୁଥିବା

   ଗୋଟି ଗୋଟି ଅତ୍ୟାଚାରର ସୁଧ

ଖୁସିରେ ହୁଏ ନାହିଁ ଆମ ପ୍ରତି ସେ ଉଦ୍ଧତ

ଏ ଯେ ଆମ ଅମଣିଷ ପଣିଆ ପାଇଁ

          ମିଳୁଥିବା ଉପହାର

 ତେଣୁ ରହିବା ଆମେ ସଜାଡି ହୋଇ

  ନ କରି ପ୍ରକୃତିର ନିୟମ ଭଙ୍ଗ।।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy