କରୋନା
କରୋନା
ପ୍ରଥମ ଲହର ପରେ ଦ୍ୱିତୀୟ ଲହର
କରୋନା ଭୂତାଣୁ ଗ୍ରାସି କଲା ହରବର ।
ଲେଉଟିଲା ପୁଣି ଥରେ ଲକ୍ ଡାଉନ୍
ସପ୍ତାହଟାଏ ଦୁଇ ଦିନ ସଟ୍ ଡାଉନ୍ ।
ଗାଡ଼ି ରେଳ ଚଳାଚଳ ପୁଣି ହେଲା ଠପ୍
ଜନଜୀବନ ହୋଇଲା ପୁଣି ଅସ୍ତବ୍ୟସ୍ତ ।
ପିଲାଏ ଗଲେନି ସ୍କୁଲ ନ ହେଲା ପରୀକ୍ଷା
ମୋବାଇଲି ମାଧ୍ୟମରେ ପାଠପଢ଼ା ଶିକ୍ଷା ।
ଭକ୍ତଙ୍କୁ ହୋଇଲା ମନା ମନ୍ଦିର ଦର୍ଶନ
ଯାନି ଯାତ୍ରା ପୂଜା ପର୍ବ ପୁଣି ପ୍ରତିବନ୍ଧ ।
ବିଶେଷଜ୍ଞ ମାନେ ପୁଣି ଦେଉଛନ୍ତି ମତ
ତୃତୀୟ ଲହର ପୁଣି ହୋଇବ ବ୍ୟାପକ ।
ଅଦ୍ଭୁତ ଏ ମହାମାରୀ ବଡ଼ ବିନାଶକ
ତ୍ରାହି ତ୍ରାହି ଡାକୁଛନ୍ତି ଜଗତର ଲୋକ ।
ଟୀକାକରଣ ସମସ୍ତ ଜନ ସହଯୋଗେ
ଚାଲୁ ରହିଅଛି ଯୁଦ୍ଧ କାଳୀନ ଭିତ୍ତିରେ ।
ଡାକ୍ତର ଓ ଚିକିତ୍ସକ ଯେତେ ସ୍ୱାସ୍ଥ୍ୟକର୍ମୀ
ଆଗଧାଡିର ଯୋଦ୍ଧା ସବୁ ସଚେତ ଯେ ପୁଣି ।
ଜନସ୍ୱାସ୍ଥ୍ୟ ରକ୍ଷା ପାଇଁ କରନ୍ତି କର୍ତ୍ତବ୍ୟ
ମୂଲ୍ୟବାନ ସେମାନଙ୍କ ଜନ ସେବା କାର୍ଯ୍ୟ ।
ଧନ୍ୟବାଦ ପାତ୍ର ସବୁ ଅଟନ୍ତି ସେମାନେ
ପାଳନ୍ତି ନିଜ ଦାୟିତ୍ୱ ଏହି ଘଡିସନ୍ଧି କ୍ଷଣେ ।
ଦିଅ ସଦ ବୁଦ୍ଧି ପ୍ରଭୁ ସଭିଙ୍କର ମନେ
କଟିଯାଉ ଦୁଃଖ ଦିନ ଶୀଘ୍ର ସାବଧାନେ ।
ମିଶିଯାଉ ଏ ଲହର ଭୂତଳେ ସାଗରେ
ସ୍ୱଚ୍ଛନ୍ଦ ହେଉ ଜୀବନ ପୁଣି ଏ ଧରାରେ ।
