STORYMIRROR

Kirttimay Kar

Children

4  

Kirttimay Kar

Children

କହୁଚି କଥାଟି

କହୁଚି କଥାଟି

1 min
169


ଆଜି ତତେ ଧନ        କହୁଚି କଥାଟି

        ମନ ଦେଇ କରି ଶୁଣ

ଏ କଳି ଯୁଗରେ        ପୁରି ରହିଛନ୍ତି

        କେତେ କେତେ ଠକ ଭଣ l

କେଉଁ ବାଟେ ଯଦି      ଏକଲା ଯାଉଛୁ

        ଛକି ରହିଥିବେ ତତେ

ଟଙ୍କାଟିଏ ପାଇଁ        ମାରି ଫିଙ୍ଗି ଦେବେ

        ଜାଣି ପାରିବୁନି ସତେ l

ବିଶ୍ୱାସ ଯଦି ତୁ         କାହାକୁ କରିବୁ

        ଦେବେ ଖାଳି ବିଷ ଭରି

ସାଙ୍ଗ ହେଉଥିବୁ        ଯାହା ସାଥେ ତୁହି

        ପଛରୁ ମାରିବେ ଛୁରୀ l

ଏତ ଗଲା ବାବୁ        ଠକ ଭଣ କଥା

        ଆଉ ଏକ କଥା ଶୁଣ

ଚୋରି, ଡ଼କାୟତି       ଗୁଣ୍ଡାଗିରି ପୁଣି

        କରୁଛନ୍ତି କେତେ ଜଣ l

କାହା ଘରେ ପଶି       ନେଲେ ବି ଚୋରେଇ

        ପାରିବେନି କେହି ଜାଣି

A.T.M. ପଇସା        ବାହାର କରିଲେ

        ନେଉଛନ୍ତି ଦେଇ ହାଣି l

କେତେ ଚୋର ପୁଣି      ସୁନା, ରୂପା, ହିରା

        କରୁଛନ୍ତି କେତେ ଚୋରି

ଅନ୍ଧାର ରାତିରେ        କିଏ ଦେଖିବ ଯେ

        ପାରିବ ତାହାକୁ ଧରି l

ଡ଼ାକୁ ପଳମାନେ        ନିର୍ଜନ ରାସ୍ତାରେ

        ଡ଼କାୟତି କରିଥାନ୍ତି

ମାରିଣ କାହାକୁ         ତା' ପାଖରେ ଥିବା

        ଟଙ୍କା, ସୁନା ନେଇଯାନ୍ତି l

ଝିଅ, ବୋହୂ ଯଦି        ଏକଲା ଦେଖିବେ

        ପଛରେ ତା' ପଡ଼ିଯିବେ

ଧର୍ଷଣ କରିଣ          ଜଙ୍ଗଲ ଭିତରେ

        ମାରି ତାକୁ ଫିଙ୍ଗି ଦେବେ l

ଗୁଣ୍ଡାଗିରି ପୁଣି         ହାଟ ବଜାରରେ

        ହେଉଅଛି କେତେ କେତେ

ବେପାରୀଙ୍କଠାରୁ        ଟଙ୍କା ଓ ପଇସା

        ନିଅନ୍ତି ଯାହାକୁ ଯେତେ l

ସେଇଥି ପାଇଁ ହେ       ବାପ ଧନ ତୁହି

        ଯୁଆଡ଼େ କି ଯଦି ଯିବୁ

ସାବଧାନ ହେଇ        ଚାଲିବୁରେ ବାଟ

        ଚତୁର ତୁ ହେଉଥିବୁ l


Rate this content
Log in

Similar oriya poem from Children