ଚିତ୍ରପଟ
ଚିତ୍ରପଟ
ଆମ ପ୍ରିୟ ବନ୍ଧୁ ପରିବାର ବର୍ଗ
ବଣଭୋଜି ଭେଟଘାଟ
ଭରିଦିଏ ମନେ ଆନନ୍ଦ ଉଲ୍ଲାସ
ବିଚ୍ଛେଦ ଦିଅଇ କଷ୍ଟ ।
ସୁଖ ଅବସର ଆସଇ ଜୀବନେ
ସୈ।ଭାଗ୍ୟକୁ କେବେ କେବେ
ମିଳଇ ସୁଯୋଗ ଏକାଠି ହେବାକୁ
ଆତ୍ମୀୟ ସ୍ୱଜନ ସର୍ବେ ।
କେତେ ଗପସପ ସୁଖ ଦୁଃଖ କଥା
ପରସ୍ପର ଆଲୋଚନା
କରିଥାଏ ଦିନ କେମିତି କେଜାଣି
ଟିକିଏ ଜଣା ପଡେନା ।
ମିଳନ ମୁହୂର୍ତ୍ତ ସୁମଧୁର ସ୍ମୃତି
ଧରିରଖେ ଚିତ୍ରପଟ
ତା ଉପରେ କେବେ ପଡ଼ିଲେ ନଜର
ହୁଅଇ ଚିତ୍ର ଜୀବନ୍ତ ।
ପ୍ରିୟ ପରିଜନ ପୋଷା ପଶୁ ପକ୍ଷୀ
ପ୍ରକୃତି ସୁନ୍ଦର ଦୃଶ୍ୟ
ଅବିକଳ ଭାବେ ହୁଏ ଉତ୍ତୋଳିତ
ଚିତ୍ରପଟେ ପରିଦୃଶ୍ୟ ।
ଆପଣା ପସନ୍ଦ ଚାରୁ ଚିତ୍ରପଟ
କରି ସୁଦୃଶ୍ୟ ବନ୍ଧେଇ
ଟାଙ୍ଗିଥାନ୍ତି କେହି ବାସଗୃହ କାନ୍ଥେ
ସଜାଅନ୍ତି ଯତ୍ନ ଦେଇ ।
ନିରୋଳା ସମୟେ ଆଲବମ ଖୋଲି
ସାଉଁଟନ୍ତି ପୂର୍ବ ସ୍ମୃତି
ଅତୀତ କଥାକୁ ସ୍ମରନ୍ତି ମନରେ
ମିଳଇ ଅପାର ଶାନ୍ତି ।
------
