ରଥେ ମୋ ପ୍ରଭୁ
ରଥେ ମୋ ପ୍ରଭୁ
ବରଷକେ ଥରେ ରଥ ଯାତରାରେ
ରଥେ ମୋ ପ୍ରଭୁ ବିରାଜି ;
ମାଉସୀ ଘରକୁ ବୁଲି ବାହାରନ୍ତି
ମନରେ ସରାଗ ତେଜି l
ପୁରୀ ବଡ଼ଦାଣ୍ଡେ ନନ୍ଦିଘୋଷ ଚଢ଼ି
ରାଜକୀୟ ଠାଣି ମାରି ;
ବଡଭାଇ ସଙ୍ଗେ ବାହାରି ପଡନ୍ତି
ଗେହ୍ଲୀ ଭଉଣୀକୁ ଧରି l
ପୁରୀ ମହାରାଜା ପଣ୍ଡା ପଢ଼ିହାରୀ
ସମସ୍ତେ ଭୟରେ ଥରି ;
ରଥଯାତରାର କାମ କରିଯାନ୍ତି
ତିଳେ ବି ହେଳା ନ କରି l
କିଏବା ଜାଣିଛି ଭୁଲ କିଛି ହେଲେ
ଜଗା ତ ବୁଝିବ ନାହିଁ ;
କାହିଁକିବା ଏତେ ନେହୁରା ହେବେଯେ
ଟିକେ ଟିକେ ଭୁଲ ପାଇଁ l
ଜଗା ତ ଜଗା, ତା ଭକତ ପାଇଁ ବି
କ୍ଷମା ସେ କରେନି କେବେ ;
ଭକତ ଖୁସିରେ ଖୁସି ହୋଇଯାଇ
ଆନନ୍ଦେ ରଥେ ବିରାଜେ l
ଦାଶିଆ ହେଉବା ସାଲବେଗ ହେଉ
ସଭିଙ୍କୁ ନିଏ କୋଳେଇ ;
ନନ୍ଦିଘୋଷ ଛାଡି ବାଲିରଥେ ବସେ
ଭକତର ମାନ ପାଇଁ l
ଭକତ ତା ପାଇଁ ଜୀବନ ଠୁ ବଳି
ଭକ୍ତିରେ ବନ୍ଧା ପଡ଼ଇ ;
ସେଥିପାଇଁ ଆଜି ବଡ ଦାଣ୍ଡେ ବିଜେ
ସଭିଙ୍କୁ ଦେଖିବା ପାଇଁ l
ହେ ଜଗତ ନାଥ ଭକତର ନାଥ
ଆଖିରେ ଆଖିଏ ଲୁହ ;
ଏତିକି ମିନତି ହେ କରୁଣା ପତି
ସଦା ମନେ ବସିଥାଅ l
