STORYMIRROR

Dr. Sachindra Nath Sarangi

Classics

3  

Dr. Sachindra Nath Sarangi

Classics

ଆଶା

ଆଶା

1 min
146

ଆଶା ଭରସାରେ ଭରା ଏ ଜୀବନ

କେତେ ଯେ ଆଶା ମଉଳେ ;

ଅତୃପ୍ତ ଆଶାର ନିଶବ୍ଦ ଝଙ୍କାରେ

ମାୟା ମୃଗତୃଷ୍ଣା ଖେଳେ l


ଜନ୍ମ ନେଇଛି ତ ମୃତ୍ୟୁ ଯେ ନିଶ୍ଚିତ

କେ ପାରେ ରହସ୍ୟ ଜାଣି ;

ତଥାପି ଆଶାର ନୀଳସ୍ୱପ୍ନେ ମଗ୍ନ

ଅମାନିଆ ମନ ପୁଣି l


ବଡ ଅବୁଝା ଏ କୋମଳ ମନଟି

ଅସୁମାରି ଆଶା ବାନ୍ଧି ;

ବିଶ୍ୱାସରେ ବୁଣେ ନିରାଶାର ସ୍ଵର

ଭିନ୍ନଏକ ପଣବନ୍ଦୀ l


ଜୀବନ ଡଙ୍ଗାରେ ଭରସା ନାଉରି

ଆଶାର ଲହଡି ଡେଇଁ ;

ନିରିହ ମନରେ ସାତସ୍ଵପ୍ନ ଦେଖେ

ଇନ୍ଦ୍ରଧନୁ ରଙ୍ଗ ପାଇଁ l


ଆଶାର ବୟସ ପ୍ରତି ମୁହୂର୍ତ୍ତରେ

ବଢିବାକୁ ଭଲପାଏ ;

ନୈରାଶ୍ୟ ଯନ୍ତ୍ରଣା ସହି ହୁଏନାହିଁ

ପ୍ରାଣ ଦୁର୍ବିସହ ହୁଏ l


ସମୟ ପୃଷ୍ଠାରେ ଜୀବନର ମୂଲ୍ୟ

ଆଶା ଆଶାରେ ଖୋଜଇ ;

ପ୍ରତୀକ୍ଷାର ଏହି ନଗ୍ନ ଅଭିଳାଷା

ଆଶଙ୍କାରେ ଯାଏ ରହି l


Rate this content
Log in

Similar oriya poem from Classics