ଅନ୍ତଃସ୍ୱର
ଅନ୍ତଃସ୍ୱର
ମୁଁ ବିଶ୍ୱାସ କହୁଛି
ତୋ ହୃଦୟ ଭିତରୁ
ଜନ୍ମ ଜୟର ଚେତନାଟିଏ
ଉଙ୍କି ମାରି ଦେଖୁଛି ମତେ ।
ମୁଁ ଯେ ମୃତ୍ୟଞ୍ଜୟ
ଫିନିକ୍ସ ପକ୍ଷୀର ଚେତନାରେ
ଅନେକ ଥର ମରି ଅନେକ ଥର ବଞ୍ଚିଛି
ସୀମିତ ନୁହେଁ
ଏ ୟୁନିକର୍ଣ୍ଣ ସ୍ୱର୍ଗୀୟ ଘୋଡ଼ାର ଆଶୀର୍ବାଦ ।
ମୋ ଉର୍ଜାରେ ଭରି ରହିଛି
କେଉଁ ଏଞ୍ଜେଲର
ପ୍ରେମ ଭରା ଗୁଞ୍ଜରଣ
ଇଚ୍ଛା କହେ
ଖୁସି ତ ଆଜନ୍ମ ଶୈଶବ
ନା ତା'ର ବୟସ ଅଛି ନା ବାର୍ଦ୍ଧକ୍ୟ
ସେଇ ବାଚାଳତା ଜୋଛନା ରେ
ସ୍ମିତ ହସଟିଏ ଜହ୍ନର ।
ଅଣୁ ଅବା ପରମାଣୁ ରେ ଭରା
ଏ ବ୍ରହ୍ମାଣ୍ଡ ରେ ତ ସବୁ କିଛି ଆଶ୍ଚର୍ଯ୍ୟ
ମସ୍ତିଷ୍କର ନିରବ ପ୍ରହରେ
ହୃଦୟଟା କହେ
ସବୁ କିଛି ଅନନ୍ତ ଆତ୍ମାର।
ଆତ୍ମାଟିଏ ଖୋଜେ ହୃଦୟ
ସେଇଠି ହୃଦୟ ଖୋଜେ ଖୁସି
ଖୁସି ଯେଉଁଠି ବାଧକ
ଜୀବନର ଅସ୍ତିତ୍ୱଟେ ନ ଲାଗେ ଆପଣାର ।
ଏ ସମାଛନ୍ନ ପ୍ରହର
ମୃତ୍ୟୁକୁ ଯେଉଁଠି
ଜୀବନର ଶେଷ କହେ
ଆତ୍ମା କହେ ପୁନର୍ଜନ୍ମ ମୋର
ବିଜ୍ଞାନ କହେ
ମୁଁ ଆଧ୍ୟାତ୍ମିକ
ଈଶ୍ୱର କହନ୍ତି
ମୁଁ ହିଁ ଅନ୍ତଃସ୍ୱରଏ ବହ୍ମାଣ୍ଡର ।
ଧ୍ୟାନରେ ଅପୂର୍ବ ଆଭାସ
ଦୀର୍ଘନିଃଶ୍ଵାସର ପାଦ
ନା ଶୁଭେ ପାହୁଣ୍ଡର ଶବ୍ଦ
ନା ପାଦର ସୂକ୍ଷ୍ମ ବାର୍ତ୍ତା।
ଆଲ୍ହାଦିତ କୋମଳ ନୟନ
ଖୁସିର ଆସ୍ତରଣ ବୁଣେ
ଅସୀମ ଅନନ୍ତ ବେଳାରେ
ଆନନ୍ଦର କୁସୁମିତ ପ୍ରହରେ
ପ୍ରେମ ଫୁଲଟିଏ ଝରିପଡ଼େ
ହୃଦୟ ଅଗଣାରେ।
