STORYMIRROR

Lunar Das

Inspirational

3  

Lunar Das

Inspirational

ଅନ୍ତଃସ୍ୱର

ଅନ୍ତଃସ୍ୱର

1 min
181

ମୁଁ ବିଶ୍ୱାସ କହୁଛି

ତୋ ହୃଦୟ ଭିତରୁ

ଜନ୍ମ ଜୟର ଚେତନାଟିଏ

ଉଙ୍କି ମାରି ଦେଖୁଛି ମତେ ।

ମୁଁ ଯେ ମୃତ୍ୟଞ୍ଜୟ

ଫିନିକ୍ସ ପକ୍ଷୀର ଚେତନାରେ 

ଅନେକ ଥର ମରି ଅନେକ ଥର ବଞ୍ଚିଛି

ସୀମିତ ନୁହେଁ 

ଏ ୟୁନିକର୍ଣ୍ଣ ସ୍ୱର୍ଗୀୟ ଘୋଡ଼ାର ଆଶୀର୍ବାଦ ।

ମୋ ଉର୍ଜାରେ ଭରି ରହିଛି

କେଉଁ ଏଞ୍ଜେଲର

ପ୍ରେମ ଭରା ଗୁଞ୍ଜରଣ

ଇଚ୍ଛା କହେ 

ଖୁସି ତ ଆଜନ୍ମ ଶୈଶବ

ନା ତା'ର ବୟସ ଅଛି ନା ବାର୍ଦ୍ଧକ୍ୟ

ସେଇ ବାଚାଳତା ଜୋଛନା ରେ

ସ୍ମିତ ହସଟିଏ ଜହ୍ନର ।

ଅଣୁ ଅବା ପରମାଣୁ ରେ ଭରା

ଏ ବ୍ରହ୍ମାଣ୍ଡ ରେ ତ ସବୁ କିଛି ଆଶ୍ଚର୍ଯ୍ୟ

ମସ୍ତିଷ୍କର ନିରବ ପ୍ରହରେ

ହୃଦୟଟା କହେ

ସବୁ କିଛି ଅନନ୍ତ ଆତ୍ମାର।

ଆତ୍ମାଟିଏ ଖୋଜେ ହୃଦୟ

ସେଇଠି ହୃଦୟ ଖୋଜେ ଖୁସି

ଖୁସି ଯେଉଁଠି ବାଧକ 

ଜୀବନର ଅସ୍ତିତ୍ୱଟେ ନ ଲାଗେ ଆପଣାର ।

ଏ ସମାଛନ୍ନ ପ୍ରହର

ମୃତ୍ୟୁକୁ ଯେଉଁଠି

ଜୀବନର ଶେଷ କହେ 

ଆତ୍ମା କହେ ପୁନର୍ଜନ୍ମ ମୋର 

ବିଜ୍ଞାନ କହେ

ମୁଁ ଆଧ୍ୟାତ୍ମିକ

ଈଶ୍ୱର କହନ୍ତି 

ମୁଁ ହିଁ ଅନ୍ତଃସ୍ୱରଏ ବହ୍ମାଣ୍ଡର ।

ଧ୍ୟାନରେ ଅପୂର୍ବ ଆଭାସ

ଦୀର୍ଘନିଃଶ୍ଵାସର ପାଦ

ନା ଶୁଭେ ପାହୁଣ୍ଡର ଶବ୍ଦ

ନା ପାଦର ସୂକ୍ଷ୍ମ ବାର୍ତ୍ତା।

ଆଲ୍ହାଦିତ କୋମଳ ନୟନ

ଖୁସିର ଆସ୍ତରଣ ବୁଣେ

ଅସୀମ ଅନନ୍ତ ବେଳାରେ 

ଆନନ୍ଦର କୁସୁମିତ ପ୍ରହରେ

ପ୍ରେମ ଫୁଲଟିଏ ଝରିପଡ଼େ

ହୃଦୟ ଅଗଣାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational