Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଛାୟାକାନ୍ତ ନମସ୍କାର

ଛାୟାକାନ୍ତ ନମସ୍କାର

1 min
174


   

ସୁରୁଜ ଉଇଁଲେ ନିଶି ନାଶଗଲା

   ବିହଙ୍ଗେ ଗାଇଲେ ଗୀତ l

ଜଗାଇ ଜଗତ କାଆ ରାବେ କାକ

      ଧରା କଲେ ମୁଖରିତ ll

କୁମ୍ଭାଟ,କରଟ ଉତ୍କଟେ ରାବନ୍ତି

      କୁକ୍କୁଟ ଟେକି ମୁକୁଟ l

କଜ୍ଵଳ ପତ୍ରୀର ନିକ୍ୱଣ ନିସ୍ବନ

   କୁହୁ କୋଇଲିର ଗୀତ ll

ପ୍ରାଚୀ ନବବଧୂ ପିନ୍ଧିଅଛି କିବା

   ସିନ୍ଥିରେ ସିନ୍ଧୁର ଟୀକା l

ଦୂର କିଆବଣେ ଜମ୍ବୁକେ ଡାକନ୍ତି

   ପ୍ରଭାତୀ ରହି ରହିକା ll

ଶମ୍ଭୁଆଳୁ ଶୁଭେ କମ୍ବୁନାଦ ଘୋରେ

     ଶିବ ପଞ୍ଚାକ୍ଷର ଧ୍ୱନୀ l

ହରି ମନ୍ଦିରରୁ ଶ୍ରୀହରି କୀର୍ତ୍ତନ

    ଜୟ ଜୟ ରାଧାରାଣୀ ll

ପ୍ରଭାତେ କୁସୁମ ଫୁଟି ଦେଖ ଏବେ

       ହସୁଛନ୍ତି ଖିଲି ଖିଲି l

ନିଆଳି,କେତକୀ,ମାଳତୀ,ଚମ୍ପକ,

     ଟଗର,ତରାଟ ମଲ୍ଲି ll

ପଦ୍ମିନୀ ରମଣ କରି ଦରଶନ

 ଗୋଟିଗୋଟି ଫୁଟେ ପଦ୍ମ l

ନିଶାକର ଅସ୍ତେ ନିଶିନାଥ ବନ୍ଧୁ

    ନିଦ୍ରା ଭଜିଲେ କୁମୁଦ ll

ଚୁମି ଚୁମି ଯାଏ ଅଳି କଳିକାକୁ

      ଗନ୍ଧବହ ବହେ ମନ୍ଦ l

ଶୁଆ ଶାରୀ ହରିନାମ ସଂକୀର୍ତ୍ତନ

  ଜୟ ଶ୍ରୀରାଧେ ଗୋବିନ୍ଦ ll

ଉଠ ଉଠ ମଠ ନକରି ବାଳକେ

     ଶଯ୍ୟାଛାଡ଼ି ମୁଖ ଧୁଅ l

ମାଆ ବୀଣାପାଣୀ ବେଳ ଏବେ ଜାଣି

     ତାଙ୍କରି ଚରଣ ଧ୍ୟାୟ ll

ନୀଳାଚଳ ପତି ଅଗତିର ଗତି

   ଖୁଣ୍ଟିଆ ଡାକେ ମଣିମା l

ମନ୍ଦିର ପହୁଡ଼ି ଗଙ୍ଗାଜଳ ଆଣି

   ସିଞ୍ଚିଲେଣି ସିନ୍ଧୁ ଜେମା ll

ନମଃ ନମଃ ନମଃ ହେ ଦେବ ଭାସ୍କର

     ଛାୟା କାନ୍ତ ନମସ୍କାର l

ତୁମ୍ଭରି ପ୍ରକାଶେ ନାଶ ମୋ ଅଜ୍ଞାନ

     ବିଶ୍ୱଚକ୍ଷୁ ଦିବାକର ll

            


Rate this content
Log in

Similar oriya poem from Inspirational