ସନ୍ଧ୍ୟା ବର୍ଣ୍ଣନା
ସନ୍ଧ୍ୟା ବର୍ଣ୍ଣନା
ସନ୍ଧ୍ୟା ବର୍ଣ୍ଣନା
=========
ବହିଲାଣି ମନ୍ଦେ ମନ୍ଦ ପବନ l
ହୋଇ ଆସୁଅଛି ଦିବାବସାନ ll
ବାରୁଣୀ ଗଗନେ ତପନ ପ୍ରଭା l
କି ସୁନ୍ଦର ଦିଶେ ରକ୍ତିମ ଆଭା ll
ଗୋଧୂଳିଉଡ଼ାଇ ଗୋଧନମାନେ l
ଫେରିଆସୁଛନ୍ତି ସନ୍ଧ୍ୟାଗମନେ ll
ନଭଚାରୀମାନେ ଆକାଶେ ଉଡ଼ି l
ଆନନ୍ଦେ ନୀଡ଼କୁ ଯାନ୍ତି ବାହୁଡ଼ି ll
ହିଡ଼ମୁଣ୍ଡେ ହୁକେ ହୁକେ ଶୃଗାଳ l
ଇସାରନ୍ତି ହୋଇଲା ସାୟଂକାଳ ll
ଦେଖଦେଖ ସହି ସଙ୍ଗାତ ଦଣ୍ଡେ l
ଧୂଳି ସ୍ନାନ ଚଟିଆଙ୍କର ଦାଣ୍ଡେ ll
ବିଦ୍ୟାର୍ଥୀ ଅଇଲେ ପାଠଶାଳାରୁ l
କୃଷକେ ଫେରନ୍ତି କ୍ଷେତଖଳାରୁ ll
ଅସ୍ତାଚଳେ ବୁଡ଼ି ଗଲେ ସବିତା l
ଆକାଶେ ତାରକା ଯଥା ମୁକୁତା ll
ସଞ୍ଜତାରା ସଙ୍ଗେ ଉଦେ ଶଶାଙ୍କ।
ବଙ୍କିମ ଚନ୍ଦ୍ରମା ବାଙ୍କକୁ ଦେଖ ll
ଜଳି ଉଠିଲାଣି ସନ୍ଧ୍ୟା ଦୀପାଳୀ l
ଘଣ୍ଟ ଘଣ୍ଟା ନାଦ ପଡ଼େ ଉଛୁଳି ll
ଭାଗବତ ଘରେ ବୁଧେ ବସିଣ l
କୃଷ୍ଣ ରସାମୃତ କଲେ ଗାୟନ ll
କଳା ଓଢଣୀଟା ଶର୍ବରୀ ଟାଣି ।
ଅନ୍ଧକାରେ ବୁଡ଼ିଗଲା ଧରଣୀ ।।
ବିଶ୍ୱ ବିନ୍ଧାଣୀଙ୍କୁ କରେ ପ୍ରଣାମ l
ଅନନ୍ତ ତାଙ୍କର ଲୀଳା ଅସୀମ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
