STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କାଞ୍ଚି ରାଜଜେମା 

କାଞ୍ଚି ରାଜଜେମା 

2 mins
0

        କାଞ୍ଚି ରାଜଜେମା 

         ==========

ଧନ୍ୟଧନ୍ୟ ତୁମେ କାଞ୍ଚି ରାଜଜେମା।

କୁଞ୍ଚିତେ କୁନ୍ତଳେ ପୀୟୁଷ ପ୍ରତିମା ।।

ଅଙ୍ଗେ ବଙ୍ଗେ କଳିଙ୍ଗରେ ତୁମପରି ।

ସୁନ୍ଦରୀ ପଣରେ କିଏ ହେବ ସରି ।।

ରୌପ୍ୟବର୍ଣ୍ଣୀ ତୁମେ ନାମ ରୂପାମ୍ବିକା।

ପଦ୍ମାବତୀ ତୁମେ ପଦ୍ମିନୀ ନାୟିକା।।

ତୁମ୍ଭ ସୁନ୍ଦରତା ପଣେ ହେଲେ ବଶ ।

ପୃଷୋତ୍ତମ ଦେବ ଉତ୍କଳନରେଶ ।।

ଚାରି ଚକ୍ଷୁ ମିଳି ହେଲା ଯେଣୁ ଭାବ।

ଉତ୍କଳରୁ ଗଲା, ବିବାହ  ପ୍ରସ୍ତାବ ।।

ତୁମ୍ଭ ପିତା, ରାଜା, ଶାଲ୍ୱ ନରସିଂହ।

ଅମାତ୍ୟେ କହନ୍ତି ଉତ୍କଳକୁ ଯାଅ।।

ଉତ୍କଳ କୁଶଳ ବାର୍ତ୍ତା ଘେନି ଆସ ।

କନ୍ୟାଦାନକରି ଲଭିବି ସନ୍ତୋଷ ।।

କାଞ୍ଚୀ ମହାମନ୍ତ୍ରୀ ଅଇଲେ ଉତ୍କଳ ।

ବଡ଼ ଦାଣ୍ଡେ ଉଭା ଭକତ ବତ୍ସଳ।।

ଚାଲି ଥାଏ, ଗଜପତିଙ୍କର ସେବା।

ଦରଶନ କରି ମନ୍ତ୍ରୀ ତହୁଁ କାବା।।

ରାଜା ଏହି କିବା! ଅଟଇ ଚଣ୍ଡାଳ।

ଝାଡୁ ଦେଉଛି ଏ ଲାଗିଛି ଗହଳ।।

ଏ ତ ନୁହଁ କାଞ୍ଚି ଜେମାଙ୍କର ପାତ୍ର।

ଏ ଵିଵାହ ପୁଣି, ସମ୍ଭବ କେମନ୍ତ।।

ମନ୍ତ୍ରୀ ମୁଖୁ ଶୁଣି ତହୁଁ ଶାଲ୍ୱ ରାଜା।

ନାସ୍ତିକରି ଦେଲେ ଉତ୍କଳକୁ ଲଜ୍ଜା।।

ଘୋର ଅପମାନେ ସମରଲାଗିଲା।

ପାଇକ ବାହିନୀ ଉତ୍କଳ ହାରିଲା।।

ଗଜପତି ରାଜା  ପ୍ରଭୁଙ୍କ  ସେବକ।

ଶ୍ରୀଜଗନ୍ନାଥଙ୍କୁ ଗୁହାରିଲେଦୁଃଖ।।

ଆହେ ମହାପ୍ରଭୁ ! ଶରଣ ରକ୍ଷଣ।

ନୁହଁଇ କି ଏହା ! ତୁମ୍ଭ ଅପମାନ।।

ତୁମ୍ଭେ ଆହେ ପ୍ରଭୁ ଉତ୍କଳ ସମ୍ରାଟ।

ମୁଁ ମାତ୍ର ସେଵକ, ତୁମ୍ଭରି ରାଉତ।।

ତୁମ୍ଭେ ଥାଉଁ ଥାଉଁ ଉତ୍କଳ ହାରିବ ।

ଗଜପତି କିବା, ଜୀବନେ ରହିବ।।

ମହା ପ୍ରଭୁ ତହୁଁ ହୋଇଲେ ପ୍ରସନ୍ନ।

କହିଲେ ଯାଅ ତୁ କର ଅଭିଯାନ।।

କଳାଧଳା ଘୋଡ଼ା ଚଢ଼ି ଦୁଇଭାଇ।

କାଞ୍ଚିଯୁଦ୍ଧେ ଯିବୁ ଭୟ କର ନାହିଁ।।

ଲାଗିଗଲା ଘୋର ଭୀଷଣ ସମର।

ବୈଜୟନ୍ତୀ ଉଡ଼ି ଗଲା ଉତ୍କଳର।।

ବନ୍ଦିହେଲ ତୁମ୍ଭେ ଉତ୍କଳେ ଅଇଲ।

ମନଦୁଃଖେ ବସି ଅଶ୍ରୁ ଢାଳୁଥିଲ।। 

ଗଜପତି ରାଜା ଯହୁଁ ଅତି ରୋଷ।

ମନ୍ତ୍ରୀଙ୍କୁ ହକାରି କହନ୍ତି ନିର୍ଘୋଷ।।

ଏ ଜେମାକୁ ନିଅ ରଖିଥିବ ଯତ୍ନେ।

ବିଭା କରାଇବ ଚଣ୍ଡାଳର ହସ୍ତେ।।

ଉତ୍କଳ ଅମାତ୍ୟ ଚତୁରେ ଚତୁର ।

ଶୁଣିଗଲେ କିଛି ନ ଥିଲା ଉତ୍ତର।। 

ନୀଳାଚଳେ ଆସିଗଲା ରଥଯାତ। 

ଛେରା ପହଁରନ୍ତି ଉତ୍କଳ ସମ୍ରାଟ।।

ଅପୂର୍ଵ ସୁଯୋଗ ଅଟଇ ଏ ଭାଇ ।

ସୁଯୋଗକୁ ମୁହିଁ ଛାଡ଼ିବି କିମ୍ପାଇଁ।।

ଏମନ୍ତ ବିଚାରି ବିଜ୍ଞ ମନ୍ତ୍ରୀ ଭଲେ ।

ଜେମାମଣି ଧରି ଯାଇ ପହଞ୍ଚିଲେ।।

ଆହେ ଗଜପତି ଶୁଣ ଶୁଣ ବାଣୀ।

ଧରନ୍ତୁ ଆପଣ ଜେମାଙ୍କର ପାଣି।।

ଦେଇଥିଲପରା ଆଦେଶ ଏମନ୍ତେ। 

ଜେମାଙ୍କୁ ଅର୍ପିବ ଚଣ୍ଡାଳର ହସ୍ତେ।।

ଚଣ୍ଡାଳଖୋଜିବି ଆଉ ମୁଁ କେଉଁଠି।

ଶ୍ରେଷ୍ଠଚଣ୍ଡାଳ ତ ଉଭା ଛନ୍ତି ଏଠି।।

ଜେମାଙ୍କର ପାଣି  ଧରନ୍ତୁ ଆପଣ l

ଏଥକୁ ପ୍ରମାଣ ସ୍ୱୟଂ ନାରାୟଣ ll

ଧନ୍ୟ ଧନ୍ୟ ତହୁଁ ଶବଦ ଶୁଭିଲା l

ହୁଳହୁଳି ଶଙ୍ଖ ମହୁରୀ ବାଜିଲା ll

ଅନ୍ତହେଲା ତହୁଁ ତୁମ୍ଭର କାହାଣୀ l

ଜୟ ଜୟ ଉତ୍କଳର ମହାରାଣୀ ll

ଆହେ ଜଗନ୍ନାଥ ବ୍ରହ୍ମାଣ୍ଡ ଠାକୁର l

ଲୀଳା ପ୍ରଭୁ ତୁମ୍ଭ ଅତି ଚମତ୍କାର ll

ତୁମ୍ଭେ ତ ବିଚିତ୍ରକର୍ମା ଏ ଜଗତେ।

ନମାମି ନମାମି ଶଙ୍ଖ ଚକ୍ର ହସ୍ତେ।।

            🙏🙏🙏

               ଅର୍ଜୁନୀ 

            ------------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational