ଉପକାରୀ ମହୁମାଛି
ଉପକାରୀ ମହୁମାଛି
ଉପକାରୀ ମହୁମାଛି
=============
ବଗିଚାରେ କେତେ ଜାତି ଫୁଲ
ଫୁଟି ଅଛି।
ଫୁଲ ପରେ ବସି ଅଛି ଗୋଟେ
ମହୁ ମାଛି।।
ଗୁଣୁ ଗୁଣୁ ଗୀତ ଗାଇ ଫୁଲକୁ
ସେ କହେ ।
ଫୁଲରାଣୀ ମୁହିଁ ତୋତେ ଭାରି
ଭଲ ପାଏ।।
ନାମ ମୋ'ର ମଧୁ ହାରୀ ମଧୁ
ଚାଖି ଚାଖି।
ଫୁଲେ ଫୁଲେ ଉଡ଼ି ବୁଲେ ମୁହିଁ
ମଧୁମକ୍ଷୀ।।
ଦୋହୋଲେଇ ମୋ' ଡେଣାକୁ
ଶୁଣ୍ଢକୁ ଲଗାଇ।
ଶୋଷି ନିଏ ମକରନ୍ଦ ଟିକେ
ତୋର ମୁହିଁ।।
ତିଆରି କରେ ଯେ ସେହି
ଅମୃତରୁ ମହୁ।
ତା' ପରି ଦ୍ରବ୍ୟ ସଂସାରେ ନ
ମିଳଇ ଆଉ।।
ତୋ' ପରାଗ ରେଣୁ ନେଇ
ରଚଇ ମୁଁ ବଷା।
ମହୁଫେଣା ଦେଖିବାକୁ ଖାଲି
କୋଷା କୋଷା।।
ସେ କୋଷାରେ ଦିବା ରାତି
ଲାଗି ମହୁ ସଞ୍ଚେ।
ପରାର୍ଥେ ଜୀବନ ମୋର ପର
ପାଇଁ ବଞ୍ଚେ।।
ସେ ମହୁର ଅନ୍ୟ ନାମ ଅଟଇ
ସେହଦ।
ସେଥିରୁ ତିଆରି ହୁଏ ବହୁତ
ଔଷଧ।।
ମଧୁ ଚାଖି ଦେବ ଟିକେ ଅଦା
ସୁଣ୍ଠି ଦେଇ।
ନିମିଷକେ କାଶ କଫ ଯିବ
କାହିଁ ଭାଇ।।
ଦୁର୍ଲଭ ଦ୍ରବ୍ୟ ଏ ମହୁ ବଡ଼
ଉପକାରୀ।
କିନ୍ତୁ ଦୁଃଖ ଶୁଣ ସାଧୁ କହେ
ମୁଁ ମୋହରି।।
ମୋ' ବଂଶ ନାଶେ ମନୁଷ୍ୟ
ତାର କିବା ଯାଏ।
ମୋ ମୁଖରେ ଅଗ୍ନି ଦେଇ
ମଧୁ ହରିନିଏ।।
ଆଜି ମୋ ଦିବସେ କରେ
ଏହି ନିବେଦନ।
ମୋ ବଂଶ ନ ନାଶ ଆଉ
ଆହେ ବିଜ୍ଞ ଜନ।।
ଆସି ଅଛି ମଧୁ ମାସ କର
ମଧୁ ଚାଷ।
ମହୁଚାଷେ ଭାରି ଲାଭ ମିଳେ
ମୋତେ ବାସ।।
ମଧୁମକ୍ଷୀ ଏହି ବାର୍ତ୍ତା ଆଜ
ଦିନେ ଦେଲା।
ଫୁଲକୁ ଫୁଲକୁ ଚୁମି ଦୂରେ
ଉଡ଼ିଗଲା।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
