STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗ୍ରୀଷ୍ମ ଦୂତ ଝିଙ୍କାରୀ 

ଗ୍ରୀଷ୍ମ ଦୂତ ଝିଙ୍କାରୀ 

1 min
0

ଗ୍ରୀଷ୍ମ ଦୂତ ଝିଙ୍କାରୀ 

       ===========

ମଧୁଅନ୍ତେ ଆସିଲା ଗ୍ରୀଷ୍ମ କରାଳ।

ଶରୀରୁ ଗମ ଗମ ବହିଲା ଝାଳ।।

ମହୀ ତପତ କିବା କହି ମୁଁ ଭାଇ ।

ଝିଙ୍କାରୀ ଶବଦରେ କମ୍ପଇ ମହୀ।।

ଝିଙ୍କାରୀ ଅଟଇ ସେ ଗ୍ରୀଷମ ଦୂତ।

ଝିଇଁଝିଁଇଁ ଶବଦେ ଗାଏ ସଂଗୀତ।।

ସଂଗୀତ ନୁହଁଇ ସେ ସତର୍କ ବାଣୀ।

ଗ୍ରୀଷ୍ମେ ସତର୍କହୁଅ ସ୍ଥାବର ପ୍ରାଣୀ।।

ଶୁଷ୍କ ହୋଇଛି ସବୁ ତଡ଼ାଗ, ନାଳ।

କେଉଁଠି ନମିଳଇ ଟୋପିଏ ଜଳ।।

ସତର୍କ ଥାଆ, ସର୍ବେ ଅଗ୍ନ୍ୟୁତ୍ପାତକୁ।

ଜଳଦାନେ ତୋଷିବ ଜୀବଯନ୍ତୁଙ୍କୁ।।

ମହତ କାର୍ଯ୍ୟ, ଧର୍ମ ଏ ଜଳ ଦାନ।

ଜଳ ଦାନରେ ତୁଷ୍ଟ ଶ୍ରୀନାରାୟଣ।।

ଚନ୍ଦନ ବିଞ୍ଜଣାରେ ଶୀତଳା ଦେହ।

ଛତା ଗାମୁଛାଘେନି ପଦାକୁ ଯାଅ।।

ଖାଦ୍ୟକର ପଖାଳ ଟଙ୍କ ତୋରାଣି।

ଦେହକୁ ହିତ ଅଟେ ପଇଡ଼ ପାଣି।।

ଶୀତଳ ଉପଚାରେ କାଟ ଗ୍ରୀଷମ ।

ଏ ଗ୍ରୀଷ୍ମ କାଳ ବାବୁ ବଡ଼ ବିଷମ ।।

ଚାତକେ ଆର୍ତ୍ତ ସ୍ୱରେ ଦିଅନ୍ତି ଡାକ।

ହେ ପ୍ରଭୁ ଦୟାମୟ ସଂସାର ରଖ।।

ଆସ ବାରିଦ, ଆସ, ଶୀଘ୍ର ବରଷା।

ବାରି ଦାନେ ତପତ ଧରାକୁ ହସା।।

ଝିଁଇଁ ଝିଇଁ ଝଙ୍କାରେ ଝିଙ୍କାରି ତୁରେ।

ଜୀବର କଷ୍ଟେ ଚକ୍ଷୁ ଲୁହକି ଝରେ।।

ଏହି କଥାକୁ କିବା ବୋଲୁ ତୁ ସ୍ପଷ୍ଟ ।

ସୁଖ ଆସିବ ନିଶ୍ଚେ, ଯିବ ଏ କଷ୍ଟ।।

ଗ୍ରୀଷମ ଅନ୍ତେ ଆସି ବରଷା କାଳ।

ଘୋର ଗର୍ଜନେ ଘନ ବର୍ଷିବ ଜଳ।। 

ନିଦାଘ ଗଲା ଏବେ ବରଷା ହେବ।

ଆସିଲା ଆସିଲାରେ ରଜ ପରବ।।

କେଉଁଠି ଲୁଚୁ ତୁହି ଝିଙ୍କାରୀ ଯାଇ।

ଗ୍ରୀଷମଅନ୍ତେ ଏହି ସମ୍ବାଦ ଦେଇ।।

ଧନ୍ୟରେ ଧନ୍ୟ ତୁହି ଗ୍ରୀଷ୍ମର ଦୂତ।

କର୍ମ ତୋ ଜଗତରେ ଅତି ମହତ।।

କର୍ତ୍ତବ୍ୟ ପାଳନରେ ନକରୁ ହେଳା।

ଡାକ ଶୁଣିକି ଏବେ ବର୍ଷା ଆସିଲା।।

ଶ୍ୟାମଳଗାଲିଚାରେ ସାଧବବୋହୁ।

ଟାଉଟାଉ ଚାଲିକି କୁଆଡ଼େ ଯାଉ।।

ଝିଙ୍କରୀ ଆସିବୁ ତୁ ବୋଲଇ ପୁନଃ।

ଝିଁଇଁ ଝିିଇଁ ଶବଦେ ତୋଷିବୁ ଜନ।।

              🙏🙏🙏

                 ଅର୍ଜୁନୀ

           -------------

ଅର୍ଜୁନୀ ଚରଣ ବେହେରା

ମୋ -7693091971


Rate this content
Log in

Similar oriya poem from Inspirational