ଉପକାରୀ ଆଖୁ ରସ
ଉପକାରୀ ଆଖୁ ରସ
ଉପକାରୀ ଆଖୁ ରସ
===========
ଆସ ଆସ ବନ୍ଧୁଗଣ
ମୋ ପିଣ୍ଡାରେ ବସ।
ପିଇବାକୁ ଦେବି ଭାଇ
ମିଠା ଆଖୁ ରସ।।
ଆସ ଆସ ବସ ଏଠି
ପାରି ଦେଲି ସପ।
ଆଖୁ ରସେ ମିଶାଇଛି
ବରଫ ଅଳପ।।
ଗରମରେ ବୋହୁଅଛି
ଗମ ଗମ ଝାଳ।
ଥକ୍ଜା ମେଣ୍ଟିଯିବ ଦେହ
ହୋଇବ ଶୀତଳ।।
ଗ୍ରୀଷମରେ ଆଖୁରସ
ଭାରି ଉପକାରୀ।
ଆଖୁକୁ ହିନ୍ଦୀରେ ଭାଇ
କୁହନ୍ତି କେତାରୀ।।
ସ୍ୱାଦ ପାଇଁ ପକାଇବ
ଅଳ୍ପ ବିଟ ଲୁଣ।
ପିଇସାରି ଆଖୁରସ
ଗାଉଥିବ ଗୁଣ।।
ଆଖୁରୁ ତିଆରି ହୁଏ
ଚିନି ଆଉ ଗୁଡ଼।
ଗୁଡ଼ ପାଇଁ ପ୍ରସିଦ୍ଧ
ଆମର ନୟାଗଡ଼।।
ଆଖୁରସ ପିଇବନି
ଯାକୁ ମଧୁମେହ ।
ଡାକତର କହିଛନ୍ତି
ଧ୍ୟାନେ ରଖିଥାଅ ।।
ଆଖୁ ଗବେଷଣାଗାର
ଅଛି କାନପୁରେ।
ପୁଣି ଅଛି ତାମିଲନାଡୁ
କୋଇମ୍ବାଟୁରେ।।
ଆଖୁ ଚାଷେ ଅର୍ଥ
ଉପାର୍ଜନ ହୁଏ ଭଲ।
ଆମ ଦେଶେ ଆଖୁଚାଷୀ
ସବୁ ମାଲେ ମାଲ।।
ଚାଷୀଙ୍କୁ ଅଗ୍ରୀମ ଦେଇ
ଯେତେ ଚିନିକଳ।
କିଣି ନେଇଯାନ୍ତି ଆଖୁ
ହୋଇଲେ ଅମଳ।।
ପୁଲକିତ ହେବ ମନ
ପିଅ ଆଖୁ ରସ।
ବନ୍ଧୁ ବାନ୍ଧବଙ୍କୁ ଦେବ
ଯାଇ ଏ ସନ୍ଦେଶ।।
ଘର ଭିତରୁ କହିଲେ
ସୁନ୍ଦରୀ ଭାଉଜ।
ଗୁଡ଼ କିଣି ରଖ ଭାଇ
ଆସୁଅଛି ରଜ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
