STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚାତକ ପକ୍ଷୀ 

ଚାତକ ପକ୍ଷୀ 

1 min
0

         ଚାତକ ପକ୍ଷୀ 

        =========

ଚାତକ ପକ୍ଷୀରେ ଚାତକ ପକ୍ଷୀ।

କୁଆଡ଼େ ଥାଉ ତୁ ଲୁଚି ଲୁଚିକି।।

ନିଦାଘପଡ଼ିଲେ ଦେଉତୁ ଦେଖା।

ଏଣୁ ତୁ ବୋଲାଉ ନିଦାଘସଖା।।

ଘୋର କଷ୍ଟଦାୟୀ ନିଦାଘ କାଳ।

ଡହଳ ବିକଳ  ପ୍ରାଣୀ  ଶଙ୍କୁଳ।।

ଡହକ - ଲଗାଣ ସର୍ବତ୍ରେ  ପଡ଼ି।

ଗଛଲତା ସବୁ ଗଲେଣି ପୋଡି।।

ନମିଳଇ କେଣେ ଟୋପିଏ ପାଣି।

ନଦୀ ନାଳ ସବୂ ଶୁଖି ଗଲେଣି।।

ପଥିକେ ବିକଳ କୁହା ନ ହୋଇ।

ବୃକ୍ଷ ମୂଳେ ଥକ୍କା ମାରି ବସଇ।।

ପ୍ରାଣୀଙ୍କ  ଆରତ ଜାଣି କି ତୁହି।

ପହଞ୍ଚି ଗଲୁରେ  ଚାତକ ଭାଇ।।

ତରୁ ଡାଳେ  ଆକାଶକୁ ଅନାଇଁ।

ପ୍ରାର୍ଥନା କରୁ ତୁ ମେଘକୁ ଚାହିଁ।।

ଶୁଣ ମେଘ ରାଜା କର ବରଷା।

ଆରତ ଜୀବଙ୍କ ତୁମେ ଭରସା।।

ଘୋର ଗରଜନେ ବରଷ ବାରି।

ସଭିଙ୍କ କଷଣ ଯାଉରେ ସରି ।।

ଯେବେ ବରଷା ନ କରିବ ଶୁଣ।

ଚାତକ ନିଶ୍ଚୟେ ହାରିବ ପ୍ରାଣ।।

ଚାତକ ତୋର କି ଶୁଣି ବାରତା।

ବରଷା ବରଷି ଇନ୍ଦ୍ର ଦେବତା।।

ଜଳେ ଗଲା ପୁରି ତଡ଼ାଗ ନଈ।

ହରିତ ହରିତ ଶୋଭଇ ମହୀ।।

ଜୀବଙ୍କ ଜୀବନ ଅଟେ ତ ଜଳ।

ଆଷାଢ଼ ଶ୍ରାବଣ ବରଷା କାଳ।।

ଧନ୍ୟ ଧନ୍ୟ ତୁହି ଚାତକ ଭାଇ।

ଆଉ କେତେକଥା କହିବି ମୁହିଁ।।

କଅଁଳ ପର ତୋ ଶିରେ ମୁକୁଟ।

କଳାକଳା ତୋର ମୁନିଆଁ ଥଣ୍ଟ।।

ଆସନ୍ତା  ବର୍ଷକୁ ନିଶ୍ଚେ  ଆସିବୁ।

ବରଷାକୁ ଆଣି ମନ ତୋଷିବୁ।।

             🙏🙏🙏

                ଅର୍ଜୁନୀ

         -------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational