ଜୀବନ ବନାମ ମୃତ୍ୟୁ
ଜୀବନ ବନାମ ମୃତ୍ୟୁ


ଜନ୍ମ ହେଲୁ ଯଦି ମୃତ୍ୟୁ ପାଇଁ
ଜୀବନର ମୂଲ୍ୟ କଣ
ଅଢେଇ ଦିନିଆଁ ଜୀବନରେ
କଣ ପାଇଁ ଖାଇ ରାଣ l
ସବୁ ଅଳୀକ ଅବାସ୍ତବ ଯଦି
ସ୍ବପ୍ନ କାହିଁକି ଗଣ
ସୃଜନୀ ସୃଷ୍ଟି ଓ ପରପିଢ଼ି ପାଇଁ
ବୋଧେ ହେବାକୁ ମଣ l
ପ୍ରାରବ୍ଧ କର୍ମ ଭୋଗୁ ଭୋଗୁ ଏଠି
କୋଉ ମଞ୍ଜି କିଏ ବୁଣ
ପରଜନ୍ମ ପାଇଁ କର୍ମ କରୁ କରୁ
କେତେ କରିଛ ଋଣ l
ହାରିବା ଜିତିବା ଲଢେଇ ଭିତରେ
ବଞ୍ଚିବା ନିରର୍ଥକ ଜାଣ
ମଣିଷ ଜନମେ ପରଉପକାରେ
ଧର୍ମ ହେବ ଦୁଇଗୁଣ l
ଜ୍ଞାନ ଅର୍ଜନ ସୁଷମ ବଣ୍ଟନ ଚିନ୍ତନ
ଜନ୍ମ ହେବ ସକାରଣ
କର୍ମେ ଯିଏ ନର କର୍ମ ଏକା ତାର
ଅଭିଷ୍ଟ ହୁଏ ପୁରଣ l
ଯାଅ ବୃନ୍ଦାବନ ଯାଅ ହରିଦ୍ୱାର
ସବୁ ହେବ ଅକାରଣ
ମୋର ମୋର ବୋଲି କହିଯାଉ
ମୋହ ମାୟା ଜାଗ୍ରତ ଜାଣ
ସ୍ନେହ ଶ୍ରଦ୍ଧା ପ୍ରୀତି ମୈତ୍ରୀ ବାଣ୍ଟିଲେ
ମୋକ୍ଷ ହେଉ କି ନହେଉ ବିକଶିବ ଗୁଣ l