STORYMIRROR

Dharitri Das

Abstract

3  

Dharitri Das

Abstract

ରାଜାଦେଶ

ରାଜାଦେଶ

1 min
180


ରାଜାଙ୍କ ଆଦେଶେ ମନ୍ତ୍ରୀ କଟୁଆଳ

   ଡେଙ୍ଗୁରା ପିଟାନ୍ତି ରାଜ୍ୟେ

ଉଚିତ ସମୟେ ଜଗତି ଉପରେ

   ମହାରାଜା ହେବେ ବିଜେ।


କୁକୁଡ଼ା ଲଢେ଼ଇ ଦେଖିବା ଇଛାଟି 

   କରିବାକୁ ହେବ ପୂର୍ଣ୍ଣ

ସେଥିପାଇଁ ରାଜ୍ୟେ ଲଢେଇ କରିବା

    ପାଇଁ ଅଛି ଯାର ମନ।


ଆଗେଇ ଆସନ୍ତୁ  ସଅଳ ସଅଳ

    ଖଟାନ୍ତୁ କୁକୁଡ଼ା ବଳ

ପୁରସ୍କାର ଦେବେ ଆମରି ରାଜନ

    ଦେଖିଲେଟି ଫଳାଫଳ।


ରାଜାଦେଶ ଶୁଣି କୁକୁଡ଼ା ମାଲିକ

    ଧରି ନିଜ କୁକୁଡ଼ାକୁ

ଉପସ୍ଥିତ ହେଲେ ଜଗତି ନିକଟେ

    ପୁରସ୍କାର ପାଇବାକୁ।


ସଙ୍ଗେ ସଙ୍ଗେ ଜନ ଗହଳି ମଧ୍ୟରେ

   ଲାଗିଗଲା ଠେଲାପେଲା

ଆରମ୍ଭ ହୋଇଲା କୁକୁଡ଼ା ଲଢେ଼ଇ

    ସତେକି ଲାଗିଛି ମେଳା।


ଖୁସି ହୋଇ ବଛା ବଛା ଖେଳାଳୀଙ୍କୁ 

    ରାଜା ଦେଲେ ପୁରସ୍କାର

ଖୁସିରେ ସଭିଏଁ   ବାହୁଡ଼ିଲେ ସର୍ବ

    ରାଜ୍ୟବାସୀ ନିଜ ପୁର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract