ପ୍ରଣାମ
ପ୍ରଣାମ
ସକାଳୁ ଉଠିଲେ ପ୍ରଭୁଙ୍କୁ ସ୍ମରଣ
କରି ପ୍ରଣାମ କରିବ
କର ଦର୍ଶନକୁ କରିଣ ତାପରେ
ବସୁଧେ ପାଦ ଧାପିବ ।
ପ୍ରଣାମ କରିବ ଛୁଇଁ
ମା ମାଟିକୁ ଯେ ଭକତି ଭାବରେ
ନମିମ ମଥାକୁ ନଇଁ ।
ପିତା ମାତା ପାଦେ ମଥାନତ ହୋଇ
ପ୍ରଣାମ କରିବ ଯେବେ
ତାଙ୍କ ଆଶୀର୍ବାଦ ମଥାରେ ରହିଲେ
ସୁଖ ଶାନ୍ତି ପ୍ରାପ୍ତ ଭବେ ।
ହଟିବ ସବୁ ବିପଦ
ଧନ ଜନ ଗୋପ ହୋଇବ ପ୍ରାପତ
ସର୍ବଦା ଛୁଇଁଲେ ପାଦ ।
ଗୁରୁଜନଙ୍କୁ ଯେ ସମ୍ମାନ ଦେଇଣ
ପାଦେ ପ୍ରଣାମ କରିଲେ
ତାଙ୍କରି ଆଶିଷେ ସୁଖ୍ୟାତି ବଢଇ
ଯଶ ଖ୍ୟାତି ମିଳେ ଭଲେ ।
ଭଲ ପାଇବା ଅପାର
ଯୁଆଡେ ଗଲେବି ସିଆଡେ ବଢଇ
ଉଡୁ ଥାଏ ନାମ ତାର ।
ଭକ୍ତି ବିଶ୍ବାସରେ ଗୁରୁଙ୍କ ପାଦରେ
ସମର୍ପିତ ହୁଏ ଯିଏ
ରିଷ୍ଟ କଟିଯାଏ ଏ ଭବ ସାଗରୁ
ଅକ୍ଳେଶେ ଉଦ୍ଧାର ପାଏ ।
ଗୁରୁ ଆଶୀର୍ବାଦ ପାଇଁ
ଜୀବନରେ କେବେ ହାରେ ନାହିଁ ସିଏ
ସବୁ ବାଧା ଯାଏ ଡେଇଁ ।
ଭକ୍ତି ବିଶ୍ବାସରେ ପ୍ରଭୁଙ୍କ ପାଦରେ
ପ୍ରଣାମ ସଦା କରିବ
ମାଆଙ୍କ ପାଦରେ ପ୍ରଣାମ କରିଣ
ନିଜକୁ ସମର୍ପି ଦେବ ।
ତାଙ୍କ ଆଶୀର୍ବାଦ ବଳେ
ସକଳ ବିପଦ କ୍ଷଣିକେ ହଟଇ
ବିପଥଗାମୀ ନ ହେଲେ ।
ଜଳାଶୟକୁ ଯେ କରିବ ପ୍ରଣାମ
ଅଗ୍ନି ଦେବଙ୍କୁ ପ୍ରଣାମ
ପଞ୍ଚ ଦେବତାଙ୍କୁ କରିଲେ ପ୍ରଣାମ
ବଢିବ ସଦା ସୁନାମ ।
ପ୍ରଣାମଠୁ ବଡ କିଛି
ଆଖି ଖୋଲି ଦେଖ ଏଇ ଜଗତରେ
ନା ଆଉ କିଛି ଅଛି ।
ପ୍ରଣାମ ଶଦ୍ଦଟି ସାମାନ୍ୟ ନୁହଁଇ
ଅମାପ ତାହାର ଶକ୍ତି
ସେ ଶକ୍ତି ଅଟଇ ଏମିତି ଗୋଟିଏ
ସବୁ ରିଷ୍ଟ କରେ ଇତି ।
ସବୁ ବିପଦ ବି ଟଳି ଯାଏ
ତାର ଆଶୀର୍ବାଦେ ଏଇ ମହୀ ତଳେ
ବିଜୟର ଧ୍ବଜା ଥାଏ ।
