STORYMIRROR

Satyanarayan Sahoo

Abstract Others

3  

Satyanarayan Sahoo

Abstract Others

କଳା ଠାକୁର

କଳା ଠାକୁର

1 min
158


କାଳିଆ ରେ କାଳିଆ ! ତୁହି ତ କଳା ଠାକୁର 

କାଳିଆ ଲୋ କାଳିଆ ! ତୁହି ତ କଳା ଠାକୁର ॥

ଦିଶୁ ତୁହି ଆହା କି  ମନୋହର ! ଲୋ! କାଳିଆ 

ଭଜିଲେ ତୋତେ ଭକତର ବାଞ୍ଛା କରୁ ପୂରଣ

ପତିତ ତାରଣ ଲାଗି ତୋର କଳା ଠାକୁର ପଣ ॥

ମନ୍ଦିରେ ବସିକି ଖାଉ ସାଠିଏ ପଉଟି ଭୋଗ ଲୋ

କଳା ଠାକୁର ରେ କାଳିଆ ଧନ୍ଯ ଧନ୍ଯ ତୁହି ଲୋ ॥

ଭକତ ପାଇଁ କି ତୋ ଭଣ୍ତାର ଥାଏ ଖୋଲା ଲୋ 

ଭକତ ଙ୍କୁ ଦେଉ ପାନ୍ ତୁଆ ରସ ଗୋଲା ଲୋ ॥

କଳା ଠାକୁର ରେ ଧନ୍ଯ ତୋହର ଅଟେ ମହିମା

ଅସଂଖ୍ଯ ଭକତ ଉଦ୍ଧାର କରୁ ତୁ କରି ନ ହୁଏ କଳନା ॥

ଭକତ ମାନଙ୍କୁ କରିଛୁ ତୁ ତୋ ହାତର ଖେଳନା

ନାଚି ନାଚି ଗାଇ ଭକତେ ଗଡନ୍ତି ତୋହରି ମହିମା  ॥

କଳା ଠାକୁର ଲୋ କଳା ଠାକୁର କାଳିଆ ସାଆନ୍ତ

ମନ୍ଦିର ଗମ୍ଭିରୀ ଭିତରେ ବସିକି କି ଅବା ମହନ୍ତ ।।

ପରାଏ ଅନାଇ ସାରା ଜଗତର ବାରତା ବୁଝୁ

କଳା ଠାକୁର ଲୋ କାଳିଆ ତୋପାଖେ ସାଧୁ ॥

ସନ୍ଥ କେତେ କରନ୍ତି ନାନା ଭଜନ ଲୋ କାଳିଆ

ଗାଆନ୍ତି, ନାଚନ୍ତି ସେମାନେ ପାଲାରେ ଯଥା ପାଳିଆ ଲୋ ॥



Rate this content
Log in

Similar oriya poem from Abstract