STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବନସ୍ତେ ଡାକିଲା ଗଜ

ବନସ୍ତେ ଡାକିଲା ଗଜ

1 min
153

ମୋ ବୋଉ ଦେହର ସବୁ ଅମୃତ ପିଇ

ମୋ ଦେହ ସୃଷ୍ଟି କଲି ,

ପ୍ରଥମ ଦର୍ଶନ ତାର ମୁଁ ଲଭି

ଏ ଦୁନିଆ ସିନା ଦେଖିଲି।

ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ

ମୋ ପାଇଁ ଅଭୟ ଧାତ୍ରୀ।

ତାହାରି ଆଶିଷେ ମୋ କର୍ମ ପଥରେ

ମୁଁ ସିନା ସଫଳ ଯାତ୍ରୀ।

ବୋଉ ତୁ ମୋ ନିଃଶ୍ୱାସ,ତୁ ମୋ ବିଶ୍ୱାସ

ତୁ ହେଉଛୁ ମୋ ପ୍ରଥମ ଗୁରୁ।

ଏ ଦୁନିଆ ବିଷ ହେଲେ

ବୋଉ ତୁ ଅମୃତ ର ଧାର।

ବୋଉ ତୁ ଉଦରର ରଥରେ

ଦଶ ମାସ ରଖି କେତେଯେ

କଷ୍ଟ ସହି ମତେ ପାଳିଲୁ ।

ବୋଉ ତୁ ଏ ଦୁନିଆ କଣ୍ଟା ହେଲେ

ତୁ ଫୁଲ ଠାରୁ ଆହୁରି କୋମଳ ।

ଏ ଦୁନିଆ ରଣଭୂମି ହେଲେ

ତୁ ଏ ଦୁନିଆର ସବୁଠୁ ଶ୍ରେଷ୍ଟ ବୀର।

ମୁଁ କାନ୍ଦିଲେ ତୋ ପଣତର ଝୁଲାଇଲୁ

ବୋଉ  ମମତାର ଭରା ହୃଦୟ ତୋର

ଦୁନିଆ ର ସବୁଠୁ ତୁ ଶ୍ରେଷ୍ଠ ଅବତାର।

ବୋଉ କିଏ ମୋ ମୂଲ୍ୟ ମତେ କହିବ

କିଏ ମୋ କଷ୍ଟ ଦେଖି କାନ୍ଦିବ।

ବୋଉ ତୁ ଚାଇ ହୋଇ ରହିଥିବୁ

ଭଗବାନ ଙ୍କ ନା ପୂର୍ବରୁ ତୋ

ନାମ ଧରୁଥିବି।

ତୁ ଅମର ରହ, ଏତିକି ପ୍ରାର୍ଥନା ,

ତୋ ସବୁ ଖୁସିକୁ ମୁଁ ପୁରା କରିବି,

ମୋ ଆଖି ପାଲକରେ ରଖିବି,

ବୋଉ ତୋ ବିନା ମୋ ଅସ୍ଵିତ

କିଛି ନାହିଁ।

ବୋଉ ଯିଏ ଭବିଷ୍ୟତର ମୂଳ ବି

ବର୍ତମାନ ଶିଖର ବି

ବୋଉ ଯିଏ ଭକ୍ତି ବି ପ୍ରେମ ର ଗଙ୍ଗା ବି

ବୋଉ ଯିଏ ସ୍ନେହର ପ୍ରତୀକ ମା ପାର୍ବତୀ ବି।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract