STORYMIRROR

Bibhutibhusan Majhi

Abstract Inspirational Others

3  

Bibhutibhusan Majhi

Abstract Inspirational Others

ପରିବାର

ପରିବାର

1 min
140


ସାଫଲ୍ୟର ସାଗରରେ ନାଚୁଥାଅ ତୁମେ

ଆନନ୍ଦର ଲହରୀ ଉପରେ

ଉଲ୍ଲସିତ ହୁଏ ମୁଁ ଝରୁଥିବା ଆନନ୍ଦାଶ୍ରୁ

ପ୍ରତ୍ୟେକଟି ବିନ୍ଦୁରେ, ପ୍ରତିଟି ଧାରରେ ।୧।


ଝୁଣ୍ଟିପଡ ଚଢ଼ୁ ଚଢ଼ୁ ଉନ୍ନତି ଶିଖର

ଚାଲୁ ଚାଲୁ ଖସେ ତୁମ ଗୋଡ

କଙ୍କରିତ ରେତମୟ ଜୀବନବେଳାରେ

ମୋ ହୃଦେ ଗଢି ଉଠେ ବନ୍ଧନ ନିବିଡ ।୨।

 

ଜୀବନ ଚଲାପଥର ସମୟ କରାଳେ

ବିଷର୍ଣ୍ଣ ଅନ୍ତର ଆଉ ଅଶ୍ରୁଳ ନୟନେ

ଆଶାରବି ଯେବେ ନ ନିରେଖ ଦିଗ୍‌ବଳୟେ

କୋଳେଇ ନିଏ ତୁମକୁ ମୋ ବାହୁବନ୍ଧନେ ।୩।

 

ତିଳକୁ ତାଳ କରି ଫିଙ୍ଗନ୍ତି ମେଞ୍ଚାଏ କାଦୁଅ

ସଂସ୍କାର ସଂସ୍କୃତି ତୁମ ନିନ୍ଦୁଥାନ୍ତି

କ୍ଷଣିକ ଅସମ୍ମତି ତିରସ୍କାର ତୁମ

ଭାଙ୍ଗେନାହଁ କେବେ ମୋର ମନର ପ୍ରଶସ୍ତି ।୪।

 

ସ୍ମୃତି ସୌଧ ଆଶେ ଖୋଜୁ ଖୋଜୁ ସୁନାମ ପ୍ରତିଷ୍ଠା

ପରାଭୁତ ମଦିରାରେ ହୁଅ ଯେବେ ବିବ୍ରତ ଉନ୍ମତ

ଢାଳିଦିଅ ସମଗ୍ର ବିଶ୍ଵର ଦୋଷ ମୋ ଉପରେ

ଲାଗେ ତୁମ ପିଲାଦିନ ପଦର ଆଘାତ ।୫।

 

ଜୀବନର ପ୍ରାରମ୍ଭରୁ ନେବାପରେ ଅନ୍ତିମ ନିଶ୍ବାସ

ତୁମେ ରହିଯାଅ ମୋର ଆଦି ସ୍ଥିତି ଅନ୍ତ

ସତ୍ୟ କେବେ ଭୁଲ ତୁମେ ପରିସ୍ଥିତି ନେଇ

ମାତ୍ର ଗାଇଚାଲେ ତୁମ ଜୀବନ ସଙ୍ଗୀତ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract