STORYMIRROR

Chittaranjan Nanda

Abstract Others

3  

Chittaranjan Nanda

Abstract Others

ପ୍ରଶ୍ନବାଚୀ ମଣିଷର ଅସ୍ତିତ୍ୱର

ପ୍ରଶ୍ନବାଚୀ ମଣିଷର ଅସ୍ତିତ୍ୱର

1 min
124


ଏ ମାଟିରେ ଜନ୍ମ ହେଲି, 

ବାଳକ ହୋଇଲି, 

ଯୁବାବସ୍ଥା ଗଲା,

ବାର୍ଦ୍ଧକ୍ୟରେ ପହଁଚିଲି,

ନିଶ୍ଚିତ ତ ଯିବି, 

ବୟସ ଶେଷ ହୋଇ ଆସିଲାଣି, 

ଏକା ଆସିଛି, 

ଏକା ଯିବି, 

ସଂଗେ କେହି ତ ଯିବେନି 

ମଣିଷ ମାତ୍ରକେ,

ଶରୀରରେ ଜରା ବ୍ୟାଧି ମୃତ୍ୟୁ ହୁଏ ଦୃଶ୍ୟମାନ

ଏହି ସଂସାର ତ ଏକ ରଙ୍ଗ ମଞ୍ଚ, 

ଏଇତ ମଣିଷ ଜୀବନ 

ମନରେ ମୋର ମାରୁଛି ଉଙ୍କି,

 ପ୍ରଶ୍ନ ହଜାର ହଜାର

ପଛକୁ ଚାହୁଁଛି, 

ପାଇନି ସେହି ପ୍ରଶ୍ନ ମାନଙ୍କ ଉତ୍ତର,

ନାରୀ ବିନା ନାହିଁ ତ ଏଇ ସାରା ଜଗତର ଗତି 

କ'ଣ ପାଇଁ ? 

ପୁରଷକୈନ୍ଦ୍ରିକ ସମାଜେ ତାର ଦୁର୍ଗତି?

ଧ୍ରୁବ ସତ୍ୟ, 

କାମନା ତ ଅଟଇ ଦୁଃଖର କାରଣ

କିଅ କାମନାର ବିନାଶ ହୁଏନା, 

ମଣିଷ ପାଏନି ନିର୍ବାଣ ?

କର୍ମ ହିଁ ଜୀବନ, 

କର୍ମ ବର୍ତ୍ତମାନ, 

କର୍ମ ହିଁ ଭଗବାନ

ତେବେ କାହିଁକି ମଣିଷ ଯାଏ ମନ୍ଦିର?

 କରିବ ଇଶ୍ୱର ଦର୍ଶନ ?

ରହି ନାହିଁ କାର ଔଦ୍ଧତ୍ୟ ଓ ଗର୍ବ,

ଏହି ସଂସାରରେ

ଘୃଣିତ କାମ କରିବାକୁ,

 କଅଣ ପାଇଁ ଆତ୍ମା ବାଧା ଦିଏନା ବାରେ?

ଅଧିକାଂଶ ସମୟ ବିତିଛି ବହୁ ମଣିଷର,

 ନିଜକୁ ଚିହ୍ନିବାର

ନିଜକୁ ନିଜେ ପଚାରି ପାଇଛି କି

 କେହି ନିଜ ଅସ୍ତିତ୍ବର ଉତ୍ତର?

କେମିତି ଶୀଘ୍ର ଚାଲି ଆସେ,

 ବନ୍ୟା ବାତ୍ୟା ଭେଳିକି ଦେଖାଇ

ପ୍ରଳୟ କରି ନିମିଷକେ ଚାଲି ଯାଏ,

ଘର ଦ୍ବାର ଭାଙ୍ଗି ଦେଇ

ଦେଖିଛି ଚାରିଆଡେ,

କୋଳାହଳ କ୍ରନ୍ଦନର ଓ ହା ହା କାର

ପ୍ରଶ୍ନବାଚୀ ହୁଏ,

ଅହମିକା ଦେଖାଉଥିବା ମଣିଷର ଅସ୍ତିତ୍ୱର ?


ସରିଯାଇଥିବା ଆୟୁଷ ବୋଲି,

ଯାହାକୁ ଆମେ ଭାବିନେଉ, 

ସେ ପୁଣି ଥରେ ଫେରିବାର ସମ୍ଭାବନା ରଖୁ,

କିଛି ବି ସରେନା,

ଗୋଟେ ପରିବର୍ତ୍ତନ ସମୟର,

ଏଇଠି ଅଛି ଏଇଠି ନାହିଁର ଖେଳରେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract